Latest Odisha News

BREAKING NEWS

ବାରବାଟୀର ଅଜଣା କଥା; କେବେ କେତେ ଦିନିକିଆ କେଉଁ ଦଳ ଖେଳିଛନ୍ତି ଜାଣନ୍ତୁ…

କଟକ: କେବଳ ଓଡ଼ିଶା ନୁହେଁ ଭାରତୀୟ କ୍ରିକେଟ ଇତିହାସରେ କଟକ ବାରବାଟୀ ଷ୍ଟାଡ଼ିୟମର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କ୍ରିକେଟ ଷ୍ଟାଡ଼ିୟମରେ ବିଶ୍ୱକପ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଭାରତୀୟ ଦଳ ସମେତ ବିଶ୍ୱର ଶକ୍ତିଶାଳୀ କ୍ରିକେଟ ରାଷ୍ଟ୍ର ଗୁଡ଼ିକ ଏହି ପଡ଼ିଆରେ ମ୍ୟାଚ ଖେଳିଛନ୍ତି । ବାରବାଟୀ ଷ୍ଟାଡ଼ିୟମର ପିଚ ବାବଦରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ପୂର୍ବରୁ ଅନେକ ପ୍ରଶଂସା କରିବା ସହିତ ଏଠାକାର ପରିବେଶ କ୍ରିକେଟ ଲାଗି ବେଶ୍ ଉପଯୋଗୀ ବୋଲି ଅନେକ ଅନ୍ତର୍ଜାତୀୟ ଖେଳାଳିମାନେ ମଧ୍ୟ ଅତୀତରେ ସ୍ୱୀକାର କରିଛନ୍ତି । ବାରବାଟୀରେ ୨୦୧୯ ଡ଼ିସେମ୍ବର ୨୨ ତାରିଖରେ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ୩ୟ ତଥା ଚୂଡ଼ାନ୍ତ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ବେଳେ ଏହି ମ୍ୟାଚଟି ୨୧ତମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଭାବେ ବିବେଚିତ ହେଉଛି ।

ଏହି ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ପୂର୍ବରୁ ୨୦ଟି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇସାରିଛି । କଟକ ବାରବାଟୀ ଷ୍ଟାଡ଼ିୟମରେ ପ୍ରଥମ ଥର ଲାଗି ୧୯୮୨ ମସିହାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଇଂଲଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜାନୁଆରୀ ୨୭ ତାରିଖ ୧୯୮୨ରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ଭାରତ ଇଂଲଣ୍ଡ ଦଳକୁ ୫ ୱିକେଟରେ ପରାସ୍ତ କରିଥିଲା ।

ବାରବାଟୀରେ ଅନୁଷ୍ଠିତ ସମସ୍ତ ଦିନିକିଆ ମ୍ୟାଚର ତାଲିକା:

ମ୍ୟଚ ସଂଖ୍ୟା   ଦେଶ           ବିଜେତା                       ମ୍ୟାଚ ତାରିଖ

୧ –   ଭାରତ-ଇଂଲଣ୍ଡ     ଭାରତ ୫ୱିକେଟରେ ବିଜୟୀ –         ୧୯୮୨
୨ –   ଭାରତ-ଇଂଲଣ୍ଡ     ଇଂଲଣ୍ଡ ୧ ରନରେ ବିଜୟୀ –          ୧୯୮୪
୩ –   ଜିମ୍ବାୱେ-ଅଷ୍ଟ୍ରେଲିଆ ଅଷ୍ଟ୍ରେଲିଆ ୭୦ ରନରେ ବିଜୟୀ –      ୧୯୮୭
୪ –   ଭାରତ-ନ୍ୟୁଜିଲାଣ୍ଡ   ଭାରତ ୫ ୱିକେଟରେ ବିଜୟୀ –        ୧୯୮୮
୫ –   ପାକିସ୍ତାନ-ଇଂଲଣ୍ଡ   ଇଂଲଣ୍ଡ ୪ ୱିକେଟରେ ବିଜୟୀ –        ୧୯୮୯
୬ –   ଭାରତ-ଶ୍ରୀଲଙ୍କା     ଶ୍ରୀଲଙ୍କା ୩୬ ରନରେ ବିଜୟୀ –        ୧୯୯୦
୭ –   ୱେଷ୍ଟଇଣ୍ଡିଜ-ଭାରତ  ଭାରତ ୮ ୱିକେଟରେ ବିଜୟୀ –        ୧୯୯୪
୮ –   କେନିଆ-ଭାରତ     ଭାରତ ୭ ୱିକେଟରେ ବିଜୟୀ –        ୧୯୯୬
୯ –   ଅଷ୍ଟ୍ରେଲିଆ-ଭାରତ   ବର୍ଷା ଯୋଗୁଁ ମ୍ୟାଚ ସ୍ଥଗିତ –           ୧୯୯୬
୧୦ – ଜିମ୍ବାୱେ-ଭାରତ     ଭାରତ ୩୨ ରନରେ ବିଜୟୀ –         ୧୯୯୮
୧୧ – ଭାରତ-ଜିମ୍ବାୱେ     ଭାରତ ୩ ୱିକେଟରେ ବିଜୟୀ –        ୨୦୦୦
୧୨ – ଭାରତ-ଇଂଲଣ୍ଡ      ଇଂଲଣ୍ଡ ୧୬ ରନରେ ବିଜୟୀ –        ୨୦୦୨
୧୩ – ଭାରତ-ନ୍ୟୁଜିଲାଣ୍ଡ    ନ୍ୟୁଜିଲାଣ୍ଡ ୪ ୱିକେଟରେ ବିଜୟୀ –    ୨୦୦୩
୧୪ – ଭାରତ-ୱେଷ୍ଟଇଣ୍ଡିଜ   ଭାରତ ୨୦ ରନରେ ବିଜୟୀ –        ୨୦୦୭
୧୫ – ଭାରତ-ଇଂଲଣ୍ଡ       ଭାରତ ୬ ୱିକେଟରେ ବିଜୟୀ –       ୨୦୦୮
୧୬ – ଭାରତ-ଶ୍ରୀଲଙ୍କା     ଭାରତ ୭ ୱିକେଟରେ ବିଜୟୀ –         ୨୦୦୯
୧୭ – ଭାରତ-ୱେଷ୍ଟଇଣ୍ଡିଜ  ଭାରତ ୧ ୱକେଟରେ ବିଜୟୀ –         ୨୦୧୧
୧୮ – ଭାରତ-ଅଷ୍ଟ୍ରେଲିଆ   ମ୍ୟାଚ ସ୍ଥଗିତ –                        ୨୦୧୩
୧୯ – ଭାରତ-ଶ୍ରୀଲଙ୍କା     ଭାରତ ୧୬୯ ରନରେ ବିଜୟୀ –       ୨୦୧୪
୨୦ – ଭାରତ-ଇଂଲଣ୍ଡ      ଭାରତ ୧୫ ରନରେ ବିଜୟୀ –         ୨୦୧୭
୨୧ – ଭାରତ-ୱେଷ୍ଟଇଣ୍ଡିଜ           – – – –                     ୨୦୧୯

ସେହିପରି ଭାବେ ବାରବାଟୀ ଷ୍ଟାଡ଼ିୟମରେ ୧୯୮୭ ମସିିହାରେ ୧ମ ଟେଷ୍ଟ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି ଷ୍ଟାଡ଼ିୟମରେ ଅନ୍ତିମ ଟେଷ୍ଟ ମ୍ୟାଚ ୧୯୯୫ ମସିହାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଛି ।

Leave A Reply

Your email address will not be published.