Latest Odisha News

ଆଜି ବାରବାଟୀ ଦିନିକିଆ; ଭାରତ ନା ୱେଷ୍ଟଇଣ୍ଡିଜ୍ ? କିଏ ଜିତିବ ବାଜି

ବାରବାଟୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ତଥା ଅନ୍ତିମ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ।

୧-୧ରେ ବରାବର ଥିବା ସିରିଜକୁ ଜିତିବା ଲକ୍ଷ୍ୟନେଇ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ ପରସ୍ପରକୁ ମଇଦାନରେ କଡ୍ଡା ଟକ୍କର ଦେବ ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିବ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ସୂଚନାଯୋଗ୍ୟ, ଏହି ପିଚ୍ କପ୍ତାନ କୋହଲିଙ୍କ ପାଇଁ ସେତେଟା ଲକି ନୁହେଁ । ବାରବାଟୀରେ ସେ ମୋଟ୍ ୩ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେଥିମଧ୍ୟରେ ତାଙ୍କର ସର୍ବାଧିକ ରନ୍ ପାଖାପାଖି ୨୦ ରହିଥିଲା ।

ସେହିପରି ୨୦୧୭ ମସିହାରେ ଶ୍ରୀଲାଙ୍କା ବିପକ୍ଷରେ ଭାରତ ଟି-୨୦ ମ୍ୟାଚ୍ ଖେଳିଥିଲା ବେଳେ କୋହଲି ଖେଳିପାରିନଥିଲେ । କିନ୍ତୁ ଏହି ପଡିଆ ଭାରତୀୟ ଦଳ ପାଇଁ ବେଶ୍ ସୌଭାଗ୍ୟଶାଳୀ ରହିଛି । ଟିମ୍ ଇଣ୍ଡିଆ ଏଠାରେ ସମୁଦାୟ ୧୮ ଦିନିକିଆ ମଧ୍ୟରୁ ୧୨ଟିରେ ବିଜୟ ହୋଇଛି । ଏହାବ୍ୟତିତ ବାକି ୨ଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ୪ଟି ପରାଜୟ ହୋଇଥିଲା ।

ତେବେ ଏହି ପିଚ୍ ଟିମ୍ ଇଣ୍ଡିଆକୁ ସୁହାଇବ ବୋଲି କ୍ରୀଡା ସମୀକ୍ଷକମାନେ ମତ ଦେଇଥିବା ବେଳେ ଆଜିର ମ୍ୟାଚ ପାଣିପାଗ ଉପରେ ନିର୍ଭର କରୁଛି । କାହିଁକି ନା ଶୀତଦିନେ ବାରବାଟି ଷ୍ଟାଡିୟମରେ କାକର ପଡିଥାଏ । ଯାହା ବୋଲିଂକୁ ପ୍ରଭାବିତ କରିଦେଇପାରେ । ସେ ଯାହା ହେଉନା କାହିଁକି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟ କିଏ ବାଜି ମାତ କରୁଛି, ତାହା ଦେଖିବାକୁ ବାକି ରହିଲା ।

ଟିମ୍ ଇଣ୍ଡିଆ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, କେଦାର ଯାଦବ, ମନିଷ ପାଣ୍ଡେ, ମୟଙ୍କ ଅଗ୍ରୱାଲ୍, ଶ୍ରେୟସ ଅୟର୍, ରବୀନ୍ଦ୍ର ଡାଜେଡା, ଲୋକେଶ ରାହୁଲ୍, ଋଷଭ ପନ୍ତ୍, କୁଳଦୀପ ଯାଦବ, ମହମ୍ମଦ ସାମୀ, ଯୁଜବେନ୍ଦ୍ର ଚହଲ ।

Leave A Reply

Your email address will not be published.