Latest Odisha News

୫ ବର୍ଷ ପରେ ବାରବାଟୀ ଷ୍ଟାଡିୟମକୁ ଫେରିଲା ଆନ୍ତର୍ଜାତୀୟ ମ୍ୟାଚ

କଟକ: ଦୀର୍ଘ ୫ ବର୍ଷ ପରେ କଟକର ବାରବାଟୀ ଷ୍ଟାଡିୟମକୁ ଫେରିଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ଯାହାକି ଓଡିଶାର କ୍ରୀଡାପ୍ରେମୀମାନଙ୍କ ପାଇଁ ସନ୍ତୋଷଜନକ ଖବର । ବିସିସିଆଇ ଗୁରୁବାର ଜାରୀ କରିଥିବା ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଘରୋଇ କ୍ରିକେଟ ସିରିଜ କାର୍ଯ୍ୟସୂଚୀରେ ଏହା ସ୍ପଷ୍ଟ ହୋଇଛି । ୨୨ ଡିସେମ୍ବର ୨୦୧୯ରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପରଠାରୁ ଏଠାରେ ଆଉ କୌଣସି ଆନ୍ତର୍ଜାତୀୟ ମୁକାବିଲା ଆୟୋଜିତ ହୋଇନି । ବାରବାଟୀରେ ଟିମଇଣ୍ଡିଆର ରେକର୍ଡ ଭ ଲ ରହିଛି । ଭାରତ ଏଠାରେ ୧୦ଟି ମ୍ୟାଚ ଖେଳି ୮ଟିରେ ବିଜୟ ହାସଲ କରିଛି । ୨୦୨୫ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଏହି ସିରିଜର ଗୋଟିଏ ମ୍ୟାଚ ବାରବାଟୀରେ ଆୟୋଜିତ ହେବ । ଫେବୃୟାରୀ ୯ରେ ଏହି ମ୍ୟାଚ ଖେଳାଯିବ ।

ସେପ୍ଟମ୍ବର ୧୯ରୁ ଘରୋଇ ସିଜନ ଆରମ୍ଭ ହେବ । ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମେ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ଏବଂ ପରେ ୩ଟି ଟି୨୦ ମ୍ୟାଚ ଖେଳିବ । ଅକ୍ଟୋବର ୧୬ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ମ୍ୟାଚ ଖେଳାଯିବ । ଏହା ପରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଜାନୁୟାରୀ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ଭାରତ ଘରୋଇ ସିରିଜ ଖେଳିବ ।

Comments are closed.