Latest Odisha News

BREAKING NEWS

ବାରାକ୍ ଓବାମାଙ୍କୁ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି କହିଲେ ଟ୍ରମ୍ପ !

ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଅଯୋଗ୍ୟ ଓ ଅପାରଗ ବୋଲି କହି ସମାଲୋଚନା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ ।

ରବିବାର ଦିନ ହ୍ଵାଇଟ ହାଉସରେ ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ, ” (ଓବାମା) ଜଣେ ଅଯୋଗ୍ୟ ରାଷ୍ଟ୍ରପତି, ଜଣେ ଅକ୍ଷମ ରାଷ୍ଟ୍ରପତି। ମୁଁ କେବଳ ଏତିକି କହିପାରେ।”

ଶନିବାର (ମେ ୧୬), କରୋନାଭାଇରସ୍ ମହାମାରୀକୁ ଠିକ୍ ଭାବରେ ପରିଚାଳନା କରିବାରେ ବିଫଳ ହୋଇଥିବାରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମାଲୋଚନା କରିଥିଲେ ଓବାମା। ଓବାମା ଟ୍ରମ୍ପକୁ ଦୋଷ ଦେଇ କହିଥିଲେ, କରୋନା ମହାମରୀକୁ ଠିକ ରୂପେ ମୁକାବିଲା କରିବାରେ ବିଫଳ ହୋଇଛନ୍ତି ଟ୍ରମ୍ପ ପ୍ରଶାସନ ।

ଆମେରିକାର ପୂର୍ବତନ ଐତିହାସିକ ଆର୍ଟ କଲେଜ ଏବଂ ବିଶ୍ୱବିଦ୍ୟାଳୟର ହାଇସ୍କୁଲ ସ୍ନାତକମାନଙ୍କୁ ଏକ ଅଭିଭାଷଣରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏହି ମନ୍ତବ୍ୟ ଦେଇଥିଲେ।

ଓବାମା କହିଥିଲେ ଯେ, ମହାମାରୀ ଦର୍ଶାଇଛି ଯେ ଦାୟିତ୍ୱରେ ଥିବା ଅନେକ ଲୋକ ଜାଣନ୍ତି ଯେ ସେମାନେ କଣ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅନେକେ ଦାୟିତ୍ୱ ତୁଲାଇବା ଭଳି ଅଭିନୟ କରୁଛନ୍ତି।

Leave A Reply

Your email address will not be published.