Latest Odisha News

BREAKING NEWS

ଆମେରିକାରେ ୯୦ ହଜାର ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୯୦ ହଜାରରେ ପହଁଞ୍ଚିଛି।

ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ଅନୁଯାୟୀ ସେଠାରେ ୨ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ୧,୪୮୬,୩୭୬ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଅଧିକ ପଢନ୍ତୁ- ଉଦବେଗ ହେଉଛି ସ୍ଥିତି; ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୫୨୪୨ ଆକ୍ରାନ୍ତ, ୧୫୭ ମୃତ

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ସର୍ବନିମ୍ନ ୮୨୦ ଜଣଙ୍କର ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଭାରତ, ଫ୍ରାନ୍ସ, ବ୍ରିଟେନ୍‌, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର, ସ୍ପେନ ଓ ୟୁରୋପ ଭଳି ପାଖାପାଖି ୨୦୬ରୁ ଅଧିକ ଦେଶକୁ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.