Latest Odisha News

BREAKING NEWS

ଓବାମାଙ୍କ ବହିର ବମ୍ପର ଓପନିଂ, ୨୪ ଘଣ୍ଟାରେ ୯ ଲକ୍ଷ କପି ବିକ୍ରି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ନୂଆ ବହି ‘ଏ ପ୍ରୋମିସ୍ ଲ୍ୟାଣ୍ଡ’ ବଜାରକୁ ଆସିବା ମାତ୍ରେ ହିଟ୍ ହୋଇଛି । ମାତ୍ର ୨୪ ଘଣ୍ଟାରେ ବହିର ପାଖାପାଖି ୯ ଲକ୍ଷ କପି ବିକ୍ରି ହୋଇଯାଇଛି । ମଡର୍ଣ୍ଣ ଇତିହାସରେ କୌଣସି ରାଷ୍ଟ୍ରପତି ଦ୍ବାରା ଲେଖାଯାଇଥିବା ବେଷ୍ଟ ସେଲିଂ ବୁକ୍ ଲିଷ୍ଟରେ ସାମିଲ ହୋଇଛି । ବର୍ତ୍ତମାନ ସୁଦ୍ଧା ପବ୍ଲିସର୍ସ ଏବଂ ଓବାମାଙ୍କୁ ୬୦ ମିଲିୟନ୍ ଡଲାରଠାରୁ ଅଧିକ ଅର୍ଥ ମିଳିସାରିଛି । ପେଙ୍ଗୁଇନ୍ ରେଣ୍ଡମ ହାଉସ୍ ପ୍ରକାଶକ ଡେଭିଡ ଡ୍ରେକଙ୍କ କହିବା ଅନୁସାରେ ବହିର ଏତେ ମାତ୍ରାରେ ବିକ୍ରି ତାଙ୍କୁ ଉତ୍ସାହିତ କରିଛି । ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ଏହି ବହୁ ପ୍ରତିକ୍ଷିତ ପୁସ୍ତକକୁ ପାଠକମାନେ ଅପେକ୍ଷା କରି ରହିଥିଲେ । ୭୬୮ ପୃଷ୍ଠାର ‘ଏ ପ୍ରୋମିସ୍ ଲ୍ୟାଣ୍ଡ’ ପୁସ୍ତକର ଦାମ ରହିଛି ୪୫ ଡଲାର ।

ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ନୂଆ ପୁସ୍ତକ ଆସିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଭାରତରେ ମଧ୍ୟ ରାଜନୀତି ଦେଖିବାକୁ ମିଳିଛି । ପୁସ୍ତକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଅନ୍ୟ କିଛି ଲୋକଙ୍କ ସଂପର୍କରେ ମଧ୍ୟ ଲେଖାହୋଇଛି । ରାହୁଲ ଗାନ୍ଧୀଙ୍କ ସଂପର୍କରେ ଲେଖାକୁ ନେଇ ଭାରତରେ ରାଜନୀତି ଦେଖିବାକୁ ମିଳିଛି ।

ଆମେରିକାର ୪୪ ତମ ରାଷ୍ଟ୍ରପତି ଥିବା ବରାକ ଓବାମାଙ୍କ ପୁସ୍ତକରେ ଭାରତ ଅର୍ଥ ବ୍ୟବସ୍ଥା ସଂପର୍କରେ ମଧ୍ୟ ଉଲ୍ଲେଖ ରହିଛି । ଓବାମାଙ୍କ ୨୦୦୮ର ନିର୍ବାଚନ ପ୍ରଚାର ଅଭିଯାନ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ହେବା ଓ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ, ବିଭିନ୍ନ କଥା ଏହି ପୁସ୍ତକରେ ସ୍ଥାନ ପାଇଛି।

Leave A Reply

Your email address will not be published.