Latest Odisha News

BREAKING NEWS

କରୋନା କାଳରେ ପ୍ରେମର ଉଚ୍ଚତାକୁ ଛୁଇଁଥିବା ନିଆରା ଯୋଡି

କୋପାଲା: କର୍ଣ୍ଣାଟକର କୋପାଲା ସହରରେ ଏକ ନିଆରା ପ୍ରେମୀଯୁଗଳଙ୍କ ବିବାହ ଚର୍ଚ୍ଚାର ବିଷୟ ସାଜିଛି । ସେମାନଙ୍କ ପ୍ରେମର ଉଚ୍ଚତା ତାଙ୍କ ଶାରୀରିକ ଉଚ୍ଚତାକୁ ପଛରେ ପକାଇ ଦେଇଛି । ଉଚ୍ଚତା ବହୁତ କମ୍ ହୋଇଥିବାରୁ ଭାଇରାପ୍ପା ସବୁବେଳେ ଅପମାନିତ ହେଉଥିଲେ । ତଥାପି ହାର ମାନି ନ ଥିଲେ । ଜୀବନ ଯୁଦ୍ଧ ଲଢ଼ି ଚାଲିଥିଲେ । ସେ ବି ଭାବି ନ ଥିଲେ ତାଙ୍କୁ ତାଙ୍କ ମନର ମାନସୀ ମିଳିଯିବ । ମିଟ୍ଟୀ କାଫେରେ ସେ ଜୀବିକା ନିର୍ବାହ କାମ କରୁଥିଲେ । ଏହିଠାରେ ତାଙ୍କର ଭେଟ ହୋଇଥିଲା ରୂପାଙ୍କ ସହ । ସେ ମଧ୍ୟ ଭାଇରାପ୍ପାଙ୍କ ଭଳି କମ୍ ଉଚ୍ଚତା ବିଶିଷ୍ଟ ଥିଲେ । ଉଭୟ ପରସ୍ପରକୁ ଦେଖିଲେ, ମନ ଦିଆ ନିଆ ହେଲେ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ।

ଉଭୟ ସେମାନଙ୍କ ଏକ ନିଜସ୍ୱ ଏକ କାଫେ ଖୋଲିଛନ୍ତି । କରୋନା ସମୟରେ ସେମାନଙ୍କ ବିବାହ ହୋଇଥିବାରୁ ମାତ୍ର ୪୦ ଲୋକ ଯୋଗ ଦେଇଥିଲେ । ଭାଇରାପ୍ପାଙ୍କ ପରିବାର ଲୋକ ଯୌତୁକ ଆଶା କରୁଥିଲେ ମାତ୍ର ଭାଇରାପ୍ପା ମନା କରି ଦେଇଥିଲେ । ମୁଁ ଯେଉଁ ମୂଲ୍ୟବାନ ଉପହାର ପାଇଛି ତାହାକୁ କିଣି ହେବ ନାହିଁ ବୋଲି କହିଥିଲେ ।

Leave A Reply

Your email address will not be published.