Latest Odisha News

BREAKING NEWS

ବାରହା ମାଂସ ଜବତ, ୪ ଅଭିଯୁକ୍ତ ଗିରଫ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ କୋମନା ରେଞ୍ଜ ଅଞ୍ଚଳରୁ ପୁଣି ବାରାହ ମାଂସ ଜବତ ହୋଇଛି । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋମନା ବନ ବିଭାଗ l

ସୂଚନା ଅନୁସାରେ, କୋମନା ରେଞ୍ଜ ବରନ୍ଦାପାଟ ଗାଁର କେଶବ ମାଝୀ ଗୁରୁବାର ସକାଳ ୭ଟା ସମୟରେ ନିଜ ଚାଷ ଜମିରେ ଧାନ ଅମଳ କରୁଥିବା ସମୟରେ ଏକ ବାରହା ତାଙ୍କ ଆଡକୁ ଧାଇଁ ଆସିଥିଲା ଠିକ୍ ସେହି ସମୟରେ କେଶବ ଏକ ଟାଙ୍ଗିଆରେ ବାରହାକୁ ଆକ୍ରମଣ କରି ହତ୍ୟା କରିଥିଲା । ପରେ ଖଇରଭାଡ଼ି ଗାଁର ନିଜ ସମ୍ପର୍କୀୟ ସୁବନ୍ତ ମାଝୀଙ୍କୁ ଖବର ଦେଇଥିଲା । ସୁବନ୍ତ ଏକ ବାଇକ ଯୋଗେ ବରନ୍ଦାପାଟ ଗାଁକୁ ଆସି କେଶବ ଠାରୁ ଉକ୍ତ ମୃତ ବାରାହାକୁ ନେଇଥିଲା । ପରେ ଜନ୍ଧ୍ରାମୁଣ୍ଡା ଗାଁର କେଶବ ମାଝୀ ଓ ମୋହନ ମାଝୀଙ୍କ ସହ ମିଶି ସେଠାର ବାରହାକୁ କାଟି ମାଂସ ବିକ୍ରି କରିଥିଲେ ଓ ବାକିତକ ମାଂସକୁ ରୋଷେଇ କରି ଖାଇଥିଲେ ।

ସେପଟେ କୋମନା ୱାର୍ଲ୍ଡଲାଇଫ ଏସିଏଫ ସଞ୍ଜୀବ କୁମାର ବନଗୋଲା ବିଶେଷ ସୂତ୍ରରୁ ଖବର ପାଇ ଏକ ଫରେଷ୍ଟ ଟିମ୍ ସହ ଜନ୍ଧ୍ରାମୁଣ୍ଡା ଗାଁରେ ଚଢ଼ାଉ କରି ଥିଲେ । ଚଢ଼ାଉ ସମୟରେ ୩ ଜଣଙ୍କୁ ଗିରଫ କରିବା ସହ ରନ୍ଧା ମାଂସ, ନିକିତି, ଟାଙ୍ଗିଆ ସହ ବିଭିନ୍ନ ସାମଗ୍ରୀ ଜବତ କରି କୋମନା ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ । କୋମନା ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ବରନ୍ଦାପାଟ ଗାଁକୁ ଯାଇ ମୁଖ୍ୟ ଅଭିଯୁକ୍ତ କେଶବ ମାଝୀଙ୍କୁ ଗିରଫ କରିଥିଲେ । ଏବାବଦରେ ଏକ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଥିବା ଏସିଏଫ୍ ମହମ୍ମଦ ମୁସ୍ତାଫା ସାଲିହା ସୂଚନା ଦେଇଛନ୍ତି ।

Comments are closed.