Latest Odisha News

ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ ସ୍ଥାନ ପାଇଲା ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ ‘ବାରଙ୍ଗ ୧୯୯୯’

ଭୁବନେଶ୍ୱର : ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ସମ୍ମାନଜନକ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ କଞ୍ଚାଲଙ୍କାର ୱେବ୍ ସିରିଜ୍ ‘ବାରଙ୍ଗ ୧୯୯୯’ କୁ ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ ଭାବେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାରକୁ କଞ୍ଚାଲଙ୍କାର ସହ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା ଓ ସିରିଜର ନିର୍ଦ୍ଦେଶକ ଅଜୟ ପାଢ଼ୀ ଗ୍ରହଣ କରିଛନ୍ତି ।

ଏହି ଅବସରରେ ଶ୍ରୀ ପରିଜା କହିଛନ୍ତି ଯେ ପୁରସ୍କାରଟି ବାରଙ୍ଗ ୧୯୯୯ ସିରିଜ୍ ରେ ଜଡିତ ସମସ୍ତ କଳାକାର, ଟେକ୍ନିସିଆାନ ଓ କ୍ରିଏଟିଭ୍ ମାନଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ପ୍ରତିଭାର ପ୍ରମାଣ । ଏହା ଭାରତୀୟ ମନୋରଞ୍ଜନ କ୍ଷେତ୍ରରେ ପ୍ରମାଣ ଦର୍ଶାଉଛି। ଟେଲି ଷ୍ଟ୍ରିମିଂ ପୁରସ୍କାର ଜିତିବା ଆମ କଞ୍ଚା ଲଙ୍କା ରଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଓ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ପୁରସ୍କାର ପାଇଁ ସେ ଦର୍ଶକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କଞ୍ଚାଲଙ୍କା ଓଡ଼ିଶାର ଅଗ୍ରଣୀ, ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ । ଏହି ପ୍ଳାଟଫର୍ମର ବାରଙ୍ଗ ସିରିଜରେ ଚିତ୍ତ ରଂଜନ ତ୍ରିପାଠୀ, ସୁକୁମାର ଟୁଡୁ ଏବଂ ସୁପ୍ରିୟା ନାୟକଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

Comments are closed.