Latest Odisha News

BREAKING NEWS

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ବାରଙ୍ଗ ଅତିରିକ୍ତ ତହସିଲଦାର ଗିରଫ

କଟକ: କଟକ ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।

ତଦନ୍ତ ବେଳେ ତାଙ୍କ ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ଥିବା ନେଇ ଜଣାପଡ଼ିଥିଲା। ଯେଉଁଥିରେ ଭୁବନେଶ୍ୱରରେ ୨ଟି ବହୁମହଲା କୋଠା, ଭୁବନେଶ୍ୱରର ଉତ୍ତରାରେ ଗୋଟିଏ ୨ ବିଏଚକେ ଫ୍ଲାଟ୍ ଏବଂ ଖୋର୍ଦ୍ଧା ଟାଉନରେ ଗୋଟିଏ ବହୁମହଲା କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ପ୍ରାୟ ୫୬୦ ଗ୍ରାମ ସୁନା, ୩୬.୯୭ ଲକ୍ଷ ଟଙ୍କା ଜମା, ୭୩.୬୬ ଲକ୍ଷ ଟଙ୍କା ନଗଦ, ଗୋଟିଏ ଚାରି ଚକିଆ ଗାଡ଼ି ଇତ୍ୟାଦି ଅନ୍ତର୍ଭୁକ୍ତ। ଯାହାର ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରିନଥିଲେ।

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଭିଜିଲାନ୍ସ ସେଲ୍ ପିଏସ୍ ମାମଲା ନଂ.୧୨/୨୦୨୫ ରୁଜୁ ହୋଇଥିଲା। ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା।

 

Comments are closed.