Latest Odisha News

BREAKING NEWS

ଯୁବକଙ୍କ ଅଜବ ସଉକ : ବାର୍ବି ଡ଼ଲ ହେବା ପାଇଁ ଖର୍ଚ୍ଚ କଲେ ୮୧ ଲକ୍ଷ ଟଙ୍କା

ଲସ୍ ଆଞ୍ଜେଲସ : ନିଜର ପ୍ରିୟ ଅଭିନେତା କିମ୍ବା ଅଭିନେତ୍ରୀ ପରି ଦେଖାଯିବାକୁ ଅନେକ ଇଛା କରିଥାନ୍ତି । ଏଥିପାଇଁ ସେମାନେ ଦାମୀ ସେଲୁନରେ କେଶ କାଟିବା ସହ ଦାମୀ ପୋଷାକ ପିନ୍ଧିବା ଏବଂ ସେମାନଙ୍କ ପରି ଚାଲିବା କିମ୍ବା କଥାବାର୍ତ୍ତା ଆରମ୍ଭ କରିିଥାନ୍ତି । କିନ୍ତୁ କିଛି ଲୋକ ଏପରି କରନ୍ତି ଯେ ସେମାନେ ନିଜ ପ୍ରିୟ ପରି ଦେଖାଯିବାକୁ ନିଜ ଶରୀରରେ ଅସ୍ତ୍ରୋପଚାର କରିବାକୁ ମଧ୍ୟ ପଛାନ୍ତି ନାହିଁ । ସେହିଭଳି ଜଣେ ଆମେରିକୀୟ ଯୁବକ ଯିଏ ବାର୍ବୀ ଡଲ୍ ପରି ଦେଖାଯିବା ସହ ପ୍ରିୟ ଅଭିନେତ୍ରୀ ଏବଂ ମଡେଲ ପରି ସଜ୍ଜେଇ ଦେଇଛନ୍ତି ନିଜ ଚେହେରାକୁ । ଏଥିଲାଗି ସେ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି ଯେ, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ।

ଆମେରିକାର ଲସ୍ ଆଞ୍ଜେଲସରେ ରୁହନ୍ତି ୨୯ ବର୍ଷୀୟ କୋରୀ ହଲ୍ । କିନ୍ତୁ ସେ ନିଜକୁ ଏମିତି ସଜାଇଛନ୍ତି ଯେ, ଜଣେ ମହିଳା ପରି ଦେଖାଯାଉଛନ୍ତି । ତାଙ୍କର ଦୁଇଟି ସ୍ୱପ୍ନ ଥିଲା । ପ୍ରଥମଟି ହେଉଛି ସେ ବାର୍ବୀ ଡଲ ପରି ସୁନ୍ଦର ଦେଖାଯିବା ଏବଂ ଦ୍ୱିତୀୟଟି ହେଉଛି ପ୍ରିୟ ଅଭିନେତ୍ରୀ କିମ କରଡାସିୟାନଙ୍କ ପରି ହେବା । ସେଥିଲାଗି ସେ ନିଜ ଶରୀରରେ ବାରମ୍ବାର ଅସ୍ତ୍ରୋପଚାର କରିଛନ୍ତି । ଏଥିଲାଗି ୮୧ ଲକ୍ଷ ଟଙ୍କା ପାଣିପରି ଖର୍ଚ୍ଚ କରିଛନ୍ତି । କୋରି ସବୁବେଳେ ଗୋଲାପୀ ପୋଷାକରେ ନିଜର ଗ୍ଲାମରସ୍ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥାନ୍ତି । ନିଜକୁ ସବୁଦିନ ବାର୍ବି ଡ଼ଲ ପରି ରଖିବାକୁ ସେ ନିୟମିତ ବ୍ୟାୟାମ କରିବା ସହ ଖାଦ୍ୟପେୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତି ।

Comments are closed.