Latest Odisha News

BREAKING NEWS

ମାଡ଼ି ଆସୁଛି ଭୟଙ୍କର ଭାଇରସ; ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ:ମାଡ଼ି ଆସୁଛି ଏକ ଭୟଙ୍କର ଭାଇରସ । ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଇଛି ଏହି ଭାଇରସ । ଏ ଭାଇରସ ସବୁଠୁ ଅଲଗା । ଏମିତି ଭାଇରସ ପୂର୍ବରୁ କେହି କେବେ ଦେଖି ନଥିଲେ। ସବୁଆଡେ କାୟା ବିସ୍ତାର କରିଦେଇଛି ଏହି ନୂଆ ଭାଇରସ । ଆର୍କଟିକରୁ ଆରମ୍ଭ କରି ଆଟଲାଣ୍ଟିକ ମହାସାଗର ପର୍ଯ୍ୟନ୍ତ ସବୁଠି ମାଡି ଯାଇଛି ଏହି ଭୟଙ୍କର ନୂଆ ଭାଇରସ । ଏହି ନୂଆ ଭାଇରସର ନାଁ ମାଇରସ ଭାଇରସ।

ମାଇରସ ଏକ ଲାଟିନ ଶବ୍ଦ ଯାହାର ଅର୍ଥ ଆଶ୍ଚର୍ଯ୍ୟ ବା ବିଚିତ୍ର । ଏକ ରିପୋର୍ଟ ଅନୁସାରେ, ମାଇରସ ଭାଇରସ ଖୁବ ଦ୍ରୁତ ଗତିରେ ବ୍ୟାପୁଛି । ଫଳରେ ପାଣିରେ ଥିବା ଅତି କ୍ଷୁଦ୍ର ଜଳଜୀବଙ୍କ ପ୍ରତି ବିପଦ ରହିଛି । ତେବେ ଏହି ଭାଇରସ ଦ୍ୱାରା କ’ଣ କ୍ଷତି ହେବ ଆସନ୍ତୁ ଜାଣିବା ।

ଏହି ପ୍ରାଣଘାତି ମାଇରସ ଭାଇରସ ଡୁପ୍ଲୋଡିଏନଏବିରିଆର ଏକ ଅଂଶ । ହାର୍ପିସ ଭାଇରସ ମଧ୍ୟ  ଏହି ଗ୍ରୁପର । ଏହା ମଣିଷ ଏବଂ ପଶୁ ଉଭୟଙ୍କୁ ସଂକ୍ରମିତ କରିଥାଏ । କୁହାଯାଉଛି, ହାର୍ପିସ ଭାଇରସ ଏବଂ ମାଇରସ ଭାଇରସରେ ବଂଶଗତ ସାମଞ୍ଜସ୍ୟ ରହିଛି । ଏହା ବ୍ୟତୀତ ଜଏଣ୍ଟ ଭାଇରସର ଜେନେଟିକ କାରେକ୍ଟର ମଧ୍ୟ ଏହି ଭାଇରସରେ ଦେଖିବାକୁ ମିଳିଥାଏ ।

ଏହି ନୂଆ ଭାଇରସ ସମ୍ପର୍କରେ ଏକ ଷ୍ଟଡି ନେଚର ଜର୍ନାଲରେ ପ୍ରକାଶିତ ହୋଇଛି । ଏଥିରେ କୁହାଯାଇଛି, ବୈରୀଡିଏନଏବିରିଆ ଏବଂ ଡବ୍ଲ୍ୁଡିଏନଏବିରିଆ ମିଶ୍ରଣର ଏକ ହାଇବ୍ରିଡ ଭାଇରସ ହେଉଛି ମାଇରସ ଭାଇରସ ।

ସିଏନଆରଏସର ଜଣେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ମାଇରସ ଭାଇରସ ଏକ ଅଲଗା ପ୍ରକାରର ଭାଇରସ  । ଏଥିରେ ଏକଥା ବି କୁହାଯାଇଛି, ଏହି ନୂଆ ଏବଂ ଆଶ୍ଚର୍ଯ୍ୟଜନକ ଭାଇରସ ସମ୍ପର୍କରେ ବୈଜ୍ଞାନିକମାନେ ବିଶେଷ କିଛି ତଥ୍ୟ ପାଇ ନାହାନ୍ତି । ଏହା ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଏକ ଏକ୍ସପେଡିଶନ ଡାଟା ବ୍ୟବହାର କରିଛନ୍ତି ।

ଏହାବ୍ୟତୀତ ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ଅନେକ ସମୁଦ୍ରରୁ ପାଣି ନମୂନା ନେଇଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହା ଏକ ଡବଲ ଷ୍ଟାଣ୍ଡାର୍ଡ ଡିଏନଏ ଭାଇରସ । ଏହା ସମୁଦ୍ରରେ ଆଲୋକ ପଡୁଥିବା ଅଞ୍ଚଳରେ ଏହି ଭାଇରସ ଦେଖିବାକୁ ମିଳିଥାଏ । ସମୁଦ୍ର ଲହରୀରେ ସେ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯାଇଥାଏ । ଏହି ଭାଇରସ ଯୋଗୁ ଭବିଷ୍ୟତରେ ସମୁଦ୍ର ଜଳରେ ଥିବା କାର୍ବନ ଏବଂ ପୋଷକ ତତ୍ତ୍ୱ ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ତେବେ ଏହା ସାହାଯ୍ୟରେ ହାର୍ପିସ ଭାଇରସର ଉତ୍ପତି ସମ୍ବନ୍ଧରେ ମଧ୍ୟ ସୂଚନା ମିଳିପାରିବ ।

Leave A Reply

Your email address will not be published.