Latest Odisha News

BREAKING NEWS

ଟିଆର୍‌ପି ସ୍କାମ: ୩ ମାସ ପାଇଁ ଆସିବନି ଟିଆର୍‌ପି

ନୂଆଦିଲ୍ଲୀ: ଟିଭି ଚ୍ୟାନେଲଗୁଡିକର ଆଉ ଆସିବନି ଟିଆର୍‌ପି । ଆଗାମୀ ୧୨ ସପ୍ତାହ ପର୍ଯ୍ୟନ୍ତ ସପ୍ତାହିକ ଟେଲିଭିଜନ ରେଟିଂ ପଏଣ୍ଟ ବନ୍ଦ କରିଛି ବାର୍କ (ବ୍ରଡକାଷ୍ଟା ଅଡିଆନ୍ସ ରିସର୍ଚ୍ଚ କାଉନସିଲ) । ଟିଆର୍‌ପି ବିବାଦ ପରେ ବାର୍କ ପକ୍ଷରୁ ଏପରି ଘୋଷଣା କରାଯାଇଛି ।

ଟିଆର୍‌ପି ଡାଟା ଆକଳନ କରିବା ଲାଗି ଉପଯୋଗ କରାଯାଉଥିବା ସାମ୍ପ୍ରତିକ ପ୍ରଣାଳୀର ସମୀକ୍ଷା ଲାଗି ବାର୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏଥିସହ ହିନ୍ଦୀ, ଇଂଲିସ ଏବଂ ବିଜନେସ ଖବର ଭିତ୍ତିକ ଚ୍ୟାନେଲ ଉପରେ ଏହା ତତ୍କାଳ ଲାଗୁ ହେବ । ନ୍ୟୁଜ ବ୍ରଡକାଷ୍ଟିଂ ଆସୋସିଏସନ (NBA) ବାର୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି।

ସୂଚନା ଯୋଗ୍ୟ ଯେ, କିଛି ଟିଭି ଚ୍ୟାନେଲ ଟିଆରପି ସଂଖ୍ୟାରେ ହେରଫେର କରୁଥିବା ଅଭିଯୋଗ ହୋଇଥିଲା । ମୁମ୍ବାଇ ପୋଲିସ ଦାବି କରିଥିଲା ରିପବ୍ଲିକ ଟିଭି ଓ ଦୁଇଟି ମରାଠି ଚ୍ୟାନେଲ ଟିଆରିପିରେ ଘୋଟଲା କରୁଛନ୍ତି। ଏ ମାମଲାରେ ଏବେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି।

 

Leave A Reply

Your email address will not be published.