ପୁରୀ: ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ବରଗଡ଼ ଧନୁଯାତ୍ରା କଂସ । ପୁରୀରେ ପହଞ୍ଚିଛନ୍ତି କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର। ଏହାପରେ ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କରିଛନ୍ତି କଂସ ମହାରାଜ । ପଇତା ବିସର୍ଜନ ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି । ଏଥିସହ ସେ ଗୋବର୍ଦ୍ଧନ ପୀଠରେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଛନ୍ତି । ଶେଷରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର ।
ସୂଚନାଯୋଗ୍ୟ, ବରଗଡର ବିଶ୍ବ ପ୍ରସିଦ୍ଧ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଗତ ବର୍ଷ ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୧୧ଦିନ ଚାଲିବା ପରେ ୨୦୨୬ ଜାନୁଆରୀ ୩ ତାରିଖରେ ଉଦଯାପିତ ହୋଇଥିଲା ।
ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଥିଲା। ଏଥିରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର ବରଗଡ଼ କଂସ ଅଭିନେତା ଭାବେ ମନୋନୀତ ହୋଇଥିଲେ।
ସୂଚନାଥାଉକି, ବିଶ୍ବର ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ଦୀର୍ଘ ୭୮ ବର୍ଷ ଧରି ଆୟୋଜନ ହୋଇଆସୁଥିବା ଧନୁଯାତ୍ରା କେବଳ ଯାତ୍ରା ନୁହେଁ , ଏହି ଯାତ୍ରା ଦ୍ବାରା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ ଦେଖିବାକୁ ମିଳେ।
ଆଗାମୀ ଦିନରେ ଧନୁଯାତ୍ରା ମହୋତ୍ସବ ଆହୁରି ଉନ୍ନତ ଧରଣର ହେବ ବୋଲି ଆଶା କରିବା ସହ ଏହି ମାଟିରେ କାର୍ଯ୍ୟ କରି ନିଜକୁ ଗର୍ବିତ ବୋଲି ବରଗଡ଼ ଜିଲ୍ଳାପାଳ ଆଦିତ୍ୟ ଗୋଏଲ ଏବଂ ଏସପି ପ୍ରହଲ୍ଲାଦ ସହାଇ ମୀନା କହିଛନ୍ତି ।
Comments are closed.