Latest Odisha News

BREAKING NEWS

ହାଇୱେରେ ଡକାୟତି ଯୋଜନା ପଣ୍ଡ, ଦୁଇ ଅଭିଯୁକ୍ତକୁ କାବୁ କଲା ପୋଲିସ

ବରଗଡ଼: ହାଇୱେ ଡକାୟତି ଯୋଜନା ବେଳେ ବନ୍ଧୁକ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ପୋଲିସ । ଆଜି ବରଗଡ଼ ଜୀରା ନଦୀ ପୋଲ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ବନ୍ଧୁକ ସହ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜୟପୁର ଅଞ୍ଚଳର ୩୫ ବର୍ଷୀୟ ଏସ୍.କେ.ୱାହିଦ ଅଲି ଓ ସୋନପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳି ଗାଁର ୨୫ ବର୍ଷୀୟ ତନମୟ ବାଘ।

ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଏକ ଦେଶି ପିସ୍ତଲ, ଏକ ମ୍ୟାଗାଜିନ, ୪ଟି ଜୀବନ୍ତ ଗୁଳି, ୩ଟି ଖାଲି କାର୍ଟିଜ୍ ଓ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ତେବେ ଉଭୟ ଅଭିଯୁକ୍ତଙ୍କ ପୂର୍ବରୁ ଅପରାଧିକ ମାମଲା ରହିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଆଜି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ସହିତ ଅନ୍ୟ ତିନି ଜଣ ମିଶି ସେମାନେ ହାଇୱେରେ ସଶସ୍ତ୍ର ଡକାୟତି କରିବା ପାଇଁ ଯୋଜନା କରିଥିଲେ ଓ ଏକତ୍ରିତ ହୋଇଥିଲେ।

ପୂର୍ବ ସୂଚନା ପାଇ ବରଗଡ଼ ଟାଉନ ପୋଲିସ ସେହି ସ୍ଥାନରେ ଚଢ଼ାଉ କରିଥିଲା ଓ ଦୁଇ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ତିନିଜଣ ଅପରାଧୀ ଫେରାର ହୋଇଯାଇଥିବା ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦୁଲେଖା ପଶ୍ଚିମାକବାଟ ସୂଚନା ଦେଇଛନ୍ତି।

Comments are closed.