ବରଗଡ଼: ବରଗଡ଼ ଗାଇସିଲେଟ ବ୍ଲକରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମାହୁତି ଘଟଣା ଏବେ ରହସ୍ୟ ପାଲଟିଛି। ନିଜେ ଜଳିଲେ ନା ଅନ୍ୟ କିଏ ଜାଳିଦେଲା ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ।
ମୃତ ଛାତ୍ରୀଙ୍କ ଅଜା, ଜଣେ ଦୋକାନୀଙ୍କ ସମେତ ୨ ଜଣଙ୍କୁ ପଚରାଉଚୁରା ଜାରି ରଖିଛି ପୋଲିସ।
ସୂଚନା ଅନୁସାରେ ଗତକାଲି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପିରିଙ୍ଗିମାଳ ଗାଁରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜୀବନ ହାରିବା ଉଦ୍ୟମ କରିଥିଲେ। ବୁର୍ଲା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁର୍ଲା ବଡ଼ ଡ଼ାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଗତକାଲି ରାତିରେ ହିଁ ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରଖିଛି।
ତଦନ୍ତ ପ୍ରକ୍ରିୟାରେ ୩ରୁ ୪ ଜଣ ଟିମ୍ ଅଛନ୍ତି ବୋଲି କହିଛନ୍ତି ଆଇଜି ହିମାଂଶୁ ଲାଲ। ଏବେ ପ୍ରଶ୍ନ ଉଠୁଛି ଛାତ୍ରୀଙ୍କ ପାଖକୁ ପେଟ୍ରୋଲ ଆସିଲା କେଉଁଠୁ? ଛାତ୍ରୀଙ୍କୁ କେହି ପେଟ୍ରୋଲ ଦେଇଥିଲେ ନା ଛାତ୍ରୀ ଜଣଙ୍କ ନିଜେ ଆଣିଥିଲେ ନେଇ ପ୍ରଶ୍ନ ଉଠିଛି। ସମସ୍ତ ଦିଗକୁ ନେଇ ଏବେ ତଦନ୍ତ ଜାରି ରଖିଛି ପୋଲିସ। ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଖୋଲିବ ମୃତ୍ୟୁର ରହସ୍ୟ।
Comments are closed.