Latest Odisha News

BREAKING NEWS

ବାରିପଦାର ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଂଗ୍ରେସକୁ ଟାର୍ଗେଟ୍

ବାରିପଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦିନିକିଆ ଓଡ଼ିଶା ଗସ୍ତରେ ମୟୁରଭଞ୍ଜ ଜିଲ୍ଲା ବାରିପଦାଠାରେ ୪୫୦୦ କୋଟି ଟଙ୍କାର ଭିନ୍ନ ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ତଥା ଶୁଭାରମ୍ଭ କରିବା ସହିତ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ । ମୋଦୀ ଆଜିର ଏହି ଦଳୀୟ ସଭାରେ ତାଙ୍କ ଭାଷଣର ଅଧିକାଂଶ ଭାଗରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିବାର ଦେଖାଯାଇଛି ।

ପ୍ରଥମେ ଓଡିଆରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । କହିଥିଲେ ଯେ, ଓଡିଶାର ସଂସ୍କୁତି ଅତି ସମ୍ୃଦ୍ଧ, ଏହାର ସଂରକ୍ଷଣ ଓ ବିକାଶ ପାଇଁ କେନ୍ଦ୍ର ସଂକଳ୍ପବଦ୍ଧ । ଓଡିଶାର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବୈଜପେୟୀ ଯେ କି ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲେ ବୋଲି ସେ ଉଲେଖ କରିଥିଲେ । ଓଡିଶାକୁ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ଆସିଥିବା ବେଳେ ଏଠିକାର ଜନସମୁଦ୍ର ସବୁ ରେକର୍ଡକୁ ଭାଙ୍ଗିଦେଇଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶର ସ୍ୱାର୍ଥ ପରିବେର୍ତ ଏହି ଦଲାଲ ମାନଙ୍କ ସ୍ୱାର୍ଥରେ ଯେଉଁମାନଙ୍କର ଭୂମିକା ରହିଛି ତାର ଯାଂଚ ଦେଶର ଏଜେନ୍ସି ମାନେ କରିବେ । କେନ୍ଦ୍ର ସରକାର ଦେଶର ସ୍ୱାର୍ଥକୁ ଆଖି ଆଗରେ ରଖି ଲଗାତର କଡା ନିଷ୍ପତି ଗ୍ରହଣ କରୁଛି । ସେ ସମବେତ ଜନତାଙ୍କୁ ପ୍ରଶ୍ନ କରିଥିଲେ ଯେ ଦେଶର ସୁରକ୍ଷା ପାଇଁ କଡା ନିଷ୍ପତି ଗ୍ରହଣ କରିବା ଉଟିତ କି ଉଚିତ ନୁହେଁ । ଯେଉଁମାନେ ସେନାବାହିନୀକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ କାଠଗଡାରେ ଛିଡା କରାଯିବ । ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଆଇନକୁ କାହାକୁ ଛାଡିବ ନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତିକି ବିରୋଧୀ ଦଳ ଗୁଡିକ ଚୌକିଦାରଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରି ଚାଲିଛନ୍ତି । ଏପରିକି ତାତ୍ସଲ୍ୟ କରିବାକୁ ମଧ୍ୟ ପଛାଉନାହାନ୍ତି । ଏଥିରେ ଚୌକିଦାର ଦବିଯିବାର ପ୍ରଶ୍ନ ଉଠୁନାହିଁ । ସବୁଠୁ ପୁରୁଣା ଦଳ କଂଗ୍ରେସ କହୁଛି ମୋଦି ଭାରତ ମାତାର ଜୟ ବୋଲି କହି ଲୋକଙ୍କୁ କାହିଁକି ବିଭାଜିତ କରୁଛି । ମଧ୍ୟପ୍ରଦେଶର ପୂର୍ଣ ବହୁମତର ସରକାର ଆସିନଥିଲେ ମଧ୍ୟ ସେଠିକାର ସରକାର ଆସୁଆସୁ ବନ୍ଦେ ମାତରମ୍ କୁ ବିବାଦ ମଧ୍ୟ ନେଇ ଆସିଛନ୍ତି । ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଲଢେଇ ଲଢିଥିବା ସଂଗ୍ରାମୀ ମାନଙ୍କୁ ମିଳୁଥିବା ପେନସନକୁ ମଧ୍ୟ କଂଗ୍ରେସ ସରକାର ବନ୍ଦ କରିବାର ନିଷ୍ପତି ନେଇଛି । ତେବେ ବିଜେପିର ବିରୋଧ କାରଣରୁ କଂଗ୍ରେସ ସରକାରକୁ ବନ୍ଦେ ମାତାରମ ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ପଡିଛି । ଆଗାମୀ ଦିନରେ ଜରୁରୀକାଳୀନ ସଂଗ୍ରାମୀ ମାନଙ୍କ ସମ୍ପର୍କିତ ନିଷ୍ପତିକୁ ମଧ୍ୟ ପ୍ରତ୍ୟାହାର କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପ୍ରଥମେ ଓଡିଆରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । କହିଥିଲେ ଯେ, ଓଡିଶାର ସଂସ୍କୁତି ଅତି ସମ୍ୃଦ୍ଧ, ଏହାର ସଂରକ୍ଷଣ ଓ ବିକାଶ ପାଇଁ କେନ୍ଦ୍ର ସଂକଳ୍ପବଦ୍ଧ । ଓଡିଶାର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବୈଜପେୟୀ ଯେ କି ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲେ ବୋଲି ସେ ଉଲେଖ କରିଥିଲେ । ଓଡିଶାକୁ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ଆସିଥିବା ବେଳେ ଏଠିକାର ଜନସମୁଦ୍ର ସବୁ ରେକର୍ଡକୁ ଭାଙ୍ଗିଦେଇଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷି କହିଥିଲେ ଯେ, କଂଗ୍ରେସ ସରକାର ସମୟରେ ଭ୍ରଷ୍ଟାଚାର ଚରମ ସୀମାରେ ପହଁଚିଥିଲା । ହେଲିକାପ୍ଟର ଦୁର୍ନୀତିରେ ତତକାଳୀନ ପ୍ରଧାନମନ୍ତ୍ରୀଙ୍କ ସମେତ କଂଗ୍ରେସ ଦଳର ବଡବଡ ନେତାମାନେ ସମ୍ପୃକ୍ତି ଥିଲେ । ଏହି ମାମଲାରେ ଦଲାଲ ମିଶେଲର ଏକ ଚିଠି ଖବର କାଗଜରେ ପ୍ରକାଶିତ ହୋଇଛି । ଏଥିରୁ ଜଣାପଡୁଛି ଯେ, କଂଗ୍ରେସର ତତକାଳୀନ ମନ୍ତ୍ରୀ ଓ ବଡବଡ ନେତାଙ୍କ ସହ ତାର ଘନିଷ୍ଠ ସମ୍ପର୍କ ଥିଲା । ପ୍ରଧାନମନ୍ତ୍ରୀଙ୍କ ଅଫିସର କେଉଁ ଫାଇଲ କେଉଁଠିକୁ ଯାଉଛି ତାର ଟିକିନିଖି ବିବରଣୀ ତା ପାଖରେ ରହୁଥିଲା । ସେତେବେଳେର ପ୍ରଧାନମନ୍ତ୍ରୀଙ୍କ ପାଖରେ ଯେତିକି ସୂଚନା ନଥିଲା ତାହା ଠାରୁ ଅଧିକ ସୂଚନା ଏହି ଦଲାଲ ପାଖରେ ରହୁଥିଲା । କ୍ୟାବିନେଟ ଓ ଅନ୍ୟାନ୍ୟ ଗୁରୁତ୍ୂପୂର୍ଣ ସୂଚନା ତାକୁ ମିଳୁଥିଲା । ଏହି ସୂଚନାକୁ ସେ ବିଦେଶ ପଠାଉଥିଲା । ମୁଁ ବୁଝି ପାରୁନାହିଁ ଯେ ସେତେଳେଳର କଂଗ୍ରେସ ସରକାର ଚଳାଉଥିଲା ନା ମିଶେଲ ମାମାଙ୍କର ଦରବାର ଚଳାଉଥିଲା ବୋଲି ମୋଦି କହିଛନ୍ତି ।

ଏଥିସହ ନୂଆଭାରତ, ନୂଆ ଓଡିଶା ଗଠନ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ଆୟୁଷ୍ମାନ ଯୋଜନାରେ ଓଡିଶାକୁ ସାମିଲ କରି କେନ୍ଦ୍ର ସରକାର ପ୍ରତି ପରିବାର ପାଇଁ ଦେଉଥିବା ୫ ଲକ୍ଷ ଟଙ୍କାର ଆର୍ଥୀକ ସହାୟତାର ଲାଭରୁ ଓଡିଆ ଲୋକମାନଙ୍କୁ ବଂଚିତ ନକରିବା ପାଇଁ ଆଜି ଆଉଥରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବାରିପଦାରେ ଏହି ବିଶାଳ ଜନସଭାକୁ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ, ନାରୀ ସଶକ୍ତିକରଣର ଆରମ୍ଭ ବାରିପଦାରୁ ଆରମ୍ଭ ହୋଇଛି । ଏଠି ମା ସୁଭଦ୍ରା ରଥକୁ ମହିଳା ମାନେ ଟାଣିବାର ପରମ୍ପରା ରହିଛି । ଏ ଅବସରରେ ଏହି ମୟୁରଭଞ୍ଜର ମାଟିକୁ ସେ ପ୍ରଂଶସା କରିଥିଲେ । ହେଲେ ଓଡିଶାରେ ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ଦେବାରେ ଏଠିକାର ସରକାର ବିଫଳ । ଅତ୍ୟାଚାର , ନିର୍ଯ୍ୟାତନା ବଢି ଚାଲିଛି । ଅନ୍ୟପକ୍ଷରଏ ମହିଳା ଓ ନାବାଳିକା ମାନଙ୍କ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ହେଉଥିବା ଯୋଜନା ଗୁଡିକରେ ରାଜ୍ୟରେ କାର୍ଯ୍ୟକାରୀ ହେବାରେ ପ୍ରତିବନ୍ଧକ ହୋଇଛନ୍ତି ଖୋଦ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରି କହିଛନ୍ତି ସମାଜରେ ଏହିଭଳି ଘଟଣା ଘଟିଚାଲିଥିବା ବେଳେ ସରକାର ଏଥିରେ ପ୍ରତିବନ୍ଧକ ସାଜିବା ଦୁର୍ଭାଗ୍ୟର ବିଷୟ । ତେଣୁ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରନ୍ତୁ ଓ ଓଡିଶାର ମା ଉଭଣୀ ମାନଙ୍କୁ ଏଥିରୁ ବଂଚିତ କରନ୍ତୁ ନାହିଁ ।

ବାରିପଦା ଛଉପଡ଼ିଆରେ ଏକ ବିଶାଳ ଜନସମାବେଶ କୁ ସମ୍ବୋଦ୍ଧିତ କରିବା ପାଇଁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆଜି ବାରିପଦରେ ଅପରାହ୍ନ ୦୩.୧୦ ରେପହଞ୍ଚିଥିଲେ ମୋଦି । ବାରିପଦାରେ ପହଞ୍ଚିବା ପରେ ମୋଦିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀ ୪ହଜାର ୫ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥିଲେ, ଏଥିମଧ୍ୟରେ ରହିଛି ନୂଆ ସଡ଼କପଥ, ରେଳପଥ, ଏଲପିଜି ପାଇପ୍‌ଲାଇନ, ଏକ ଲଜିଷ୍ଟିକ ପାର୍କ ଏବଂ ନୂଆ ପାସେଞ୍ଜର ଟ୍ରେନ୍‌। ବାରିପଦା ଗସ୍ତ ଅବସରରେ ମୋଦି ହରିପୁରଗଡ଼ ଠାରେ ଥିବା ରସିକରାୟ ମନ୍ଦିର ଓ ଖନନ କରାଯାଇଥିବା ଢାଞ୍ଚାର ସଂରକ୍ଷଣ ଏବଂ ବିକାଶ ପ୍ରକଳ୍ପକୁ ଉଦ୍‌ଘାଟନ ମଧ୍ୟ କରିଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ, ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦା ରାଜ୍ୟ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ ମଲ୍ଲିକ ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.