Latest Odisha News

BREAKING NEWS

ଭୁବନେଶ୍ୱର ଏସିପିଙ୍କ ନାବାଳକ ପୁତ୍ରର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର : ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର (ଏସିପି) ତଥା ସ୍ପେଶାଲ ସ୍ୱାର୍ଡ ସଞ୍ଜୀବ ଶତପଥୀଙ୍କ ନାବାଳାକ ପୁଅର ମୃତଦେହ ଶନିବାର ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ନାବାଳକର ମୃତଦେହକୁ ତାଙ୍କ ରୁମର ସିଲିଂ ଫ୍ୟାନ୍ରୁ ଝୁଲନ୍ତା ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଥିଲେ।

ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀଙ୍କ ନାବାଳାକ ପୁଅ ସପ୍ତମ ଶ୍ରେଣୀର ଛାତ୍ର ଥିଲେ ଓ ତାଙ୍କର ବୟସ ୧୨ବର୍ଷ ହେବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ନେଇ ଜଣାପଡିଛି । ତେବେ କେଉଁ କାରଣରୁ ନାବାଳକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Leave A Reply

Your email address will not be published.