Latest Odisha News

BREAKING NEWS

ଗାଁଲୋକଙ୍କ ଦ୍ୱାରା କରାଯାଉଥିବା ବ୍ୟାରିକେଡ ସମ୍ପୂର୍ଣ୍ଣ ବେଆଇନ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ । ପ୍ରଶାସନ ପକ୍ଷରୁ ସିଲ ହୋଇଛି ସବୁ ରାଜ୍ୟ ଓ ଜିଲ୍ଲାର ସୀମା । ଏହି ସମୟରେ ଅନେକ ଗାଁର ଲୋକ ମାନେ ମଧ୍ୟ ସେମାନଙ୍କ ଗ୍ରାମରେ ବ୍ୟାରିକେଡ କରିଥିବା ସାମ୍ନାକୁ ଆସିଛି ।

ତେବେ ଗାଁ ଲୋକଙ୍କ ଦ୍ଵାର କରା ଯାଉଥିବା ଏହି ବ୍ୟାରିକେଡ ସମ୍ପୁର୍ଣ୍ଣ ବେଆଇନ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ପ୍ରଶାସନ ବ୍ୟତୀତ ଅନ୍ୟ କେହି ବ୍ୟାରିକେଡ କରିପାରିବେ ନାହିଁ।

ବେଆଇନ ବ୍ୟାରିକେଡ ଉଠାଇବା ପାଇଁ ଜିଲ୍ଲାପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ବିଭିନ୍ନ ପଂଚାୟତ ଓ ଗାଁ ରେ କିଛି ଲୋକଙ୍କ ଦ୍ୱାରା କରାଯାଇଥିବା ବ୍ୟାରିକେଡ ମାଲ ପରିବହନ ଓ ଶ୍ରମିକ ମାନଙ୍କ ଯାତାୟତରେ ବାଧା ସୃଷ୍ଟି କରୁଛି। କେବଳ କଣ୍ଟେନମେଣ୍ଟ ଏରିଆ କୁ ଛାଡି ଦେଲେ ଅନ୍ୟ ସବୁଠୁ ବ୍ୟାରିକେଡ ଉଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

Comments are closed.