Latest Odisha News

BREAKING NEWS

ନବୀନ ନିବାସ ସାମ୍ନାରୁ ହଟିବ ସୁରକ୍ଷା ବ୍ୟାରିକେଡ୍‌!

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱର ବାସଭବନ ସମ୍ମୁଖରେ ଲଗାଯାଇଥିବା ସୁରକ୍ଷା ବ୍ୟାରିକେଡ୍ ଏବେ ଯାଞ୍ଚଧୀନ ଅଛି। ଯାହା ଫଳରେ ପୂର୍ତ୍ତ ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛି।

ପୁରୁଣା ବିମାନବନ୍ଦର ରୋଡରେ ଅବସ୍ଥିତ ‘ନବୀନ ନିବାସ’ ବାହାରେ ଥିବା ବ୍ୟାରିକେଡ୍ ଏବେ ବଡ଼ ପ୍ରଶାସନିକ ଏବଂ ଆଇନଗତ ବିବାଦ ମଧ୍ୟରେ ଫସିଛି। ଦାବି କରାଯାଉଛି ଯେ ଏହି ବ୍ୟାରିକେଡ୍ ସରକାରୀ ରାସ୍ତାରେ ଲଗାଯାଇଥିଲା। ଯାହା ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରିଥିଲା ଏବଂ ଏହି ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା।

ତେବେ ଏହାକୁ ନେଇ ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏପଟେ ରାସ୍ତା ଉପରେ କରାଯାଇଥିବା ବ୍ୟାରିକେଡ୍‌କୁ ନେଇ କମିଶନରେଟ୍ ପୋଲିସର ମତାମତ ମାଗିଛି ପୂର୍ତ୍ତ ବିଭାଗ।

Comments are closed.