Latest Odisha News

BREAKING NEWS

ଶ୍ରୀମନ୍ଦିରର ସୁରକ୍ଷା ବୃଦ୍ଧି ପାଇଁ ବ୍ୟାରିକେଡ୍ ସ୍ଥାପନ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ସୁରକ୍ଷା ବୃଦ୍ଧି ପାଇଁ ପୋଲିସ ବ୍ୟାରିକେଡ୍ ସ୍ଥାପନ କରିଛି।

ମୁଖ୍ୟ ଢାଞ୍ଚାର ଚାରିପାଖରେ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି। ନିକଟରେ ଝାଡ଼ଖଣ୍ଡ ରାଞ୍ଚିର ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରିଥିଲେ। ଯାହା ପରେ ଏହି ନିଷ୍ପତି ହୋଇଛି।

ପୁରୀ ଏସପି ପିନାକ ମିଶ୍ର କହିଛନ୍ତି ଯେ ଏହି ପଦକ୍ଷେପ ମନ୍ଦିରରେ ଦର୍ଶକଙ୍କ ସୁରକ୍ଷା ଲକ୍ଷ୍ୟରେ ନିଆଯାଇଛି। ଭକ୍ତଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ କର୍ମଚାରୀ ଏବଂ ମନ୍ଦିର ସେବକମାନଙ୍କୁ ତାଲିମ ଦିଆଯାଇ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

 

Comments are closed.