Latest Odisha News

BREAKING NEWS

ବିବାଦ ପରେ ଘରୁ ବାହାରିଲେ ବର୍ଷା !

କଟକ: ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ବିବାଦ ପରେ ପ୍ରଥମ ଥର ପାଇଁ ଘରୁ ବାହାରକୁ ବାହାରିଛନ୍ତି ବର୍ଷା । କଟକ ନନ୍ଦିସାହି ଶାଶୁଘରୁ ସୁରକ୍ଷାକର୍ମୀଙ୍କ ସହ ବାହାରକୁ ଯାଇଛନ୍ତି । ସମ୍ପର୍କିୟଙ୍କ ସହ କାର୍‌ରେ ସେ କୁଆଡେ ବହାରକୁ ଯାଇଥିବା ଆଜି ଦେଖିବାକୁ ମିଳିଛି । ତେବେ କେଉଁଠିକୁ ଏବଂ କାହା ପାଖକୁ ଯାଇଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ନିଜକୁ ଅସୁରକ୍ଷିତ ମନେ କରି ପୋଲିସ ସୁରକ୍ଷା ମାଗିଥିଲେ ବର୍ଷା । ବର୍ଷା ଖାଉଥିବା ବେଳେ ଅନୁଭବଙ୍କ ୨ ସହଯୋଗୀ ତାଙ୍କ ବେଡ୍‌ରୁମ୍ ଭିତରକୁ ଫସି ସେ ଖାଇବା ବେଳର ଭିଡିଓ ସୁଟ୍ କରୁଥିଲେ । ଏହାପରେ ବର୍ଷା ୧୦୦ ନମ୍ବରକୁ ଫୋନ୍ କରି ପୁରୀଘାଟ ଥାନାରେ ବିଧିବଦ୍ଧ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ବର୍ଷାଙ୍କୁ ୨୪ ଘଂଟିଆ ସିକ୍ୟୁରିଟି ଯୋଗାଇ ଦିଆଯାଇଛି । ସେପେଟ ସୁରକ୍ଷା ମିଳିବା ପରେ ବର୍ଷା କଟକ ଡିସିପିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.