Latest Odisha News

BREAKING NEWS

ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବଂଚିଯାଇଛନ୍ତି ଆଫଗାନିସ୍ତାନ ଉପରାଷ୍ଟ୍ରପତି

କାବୁଲ: ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ସେ ଅଳ୍ପକେ ବଂଚିଯାଇଛନ୍ତି । ଆତଙ୍କବାଦୀ ଅମରୁଲ୍ଲା ଘରୁ ବାହାରି କାର୍ଯ୍ୟାଳୟକୁ ଯାଉଥିବା ସମୟରେ ବିସ୍ଫୋରଣ ଘଟାଇଥିଲେ । ଏଥିରେ ୩ ସୁରକ୍ଷାକର୍ମୀଙ୍କ ସମେତ ୧୫ଜଣଙ୍କ ମୃତ୍ୟୁ ଘଟିଛି । ୫୦ରୁ ଊର୍ଦ୍ଧ୍ୱ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି ।

ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କେନ୍ଦ୍ର ମନ୍ତ୍ରୀ ତାରିକ୍ ଆରିଆନ୍ କହିଛନ୍ତି । ଆକ୍ରମଣ ହାକ୍କ୍‌ାନି ସଂଗଠନ କରିଥିବା ନେଇ ଅନୁମାନ କରାଯାଉଛି । ତାଲିବାନ ସହ ବାରମ୍ବାର ଶାନ୍ତି ପ୍ରକ୍ରିୟା ନେଇ ଆଫଗାନିସ୍ତାନ ସରକାର ଆଲୋଚନା କରିବା ସହ କଥା ରଖିଥିଲେ ମଧ୍ୟ ଅଶାନ୍ତି କମିବାର ନାମ ଧରୁ ନାହିଁ ।

Leave A Reply

Your email address will not be published.