ବର୍ଷା
ସରିତା ପୃଷ୍ଟି
ଟିକେ ରହିଯା,
ମୁଁ କାହିଁ କେତେ ଦିନରୁ ତୋ ଅପେକ୍ଷାରେ…
ଏତେ ତରବର କାହିଁକି?
ମୁଁ ମନଭରି ତୋ ଶୀତଳ ସ୍ପର୍ଶକୁ
ଅନୁଭବ କରିନିଏ
କିନ୍ତୁ ଏ ବିଜୁଳି?
ମୁଁ ଡ଼ରିଯାଉଛି
ଏକାମ୍ରରେ ଏ ଏକାକିତ୍ୱ
ଭାରି ଅସହ୍ୟ
ବିଜୁଳି….ଘଡ଼ଘଡ଼ି
ହଠାତ୍ ତୋର ଏ କି ରୁକ୍ଷ ରୂପ
ଅସହ୍ୟ…
ତୋ କୋମଳ ସ୍ପର୍ଶର ଅପେକ୍ଷାରେ
ବୋଧହୁଏ ମୁଁ ଡେ଼ରି କରିଦେଲି
ଆଜି ସେଥି ପାଇଁ ତୁ ମୂଷଳଧାରାରେ ବରଷି ଚାଲିଛୁ
ମୋ କରକମଳରେ ତୋର ଏ କି କୁଆପଥର ମାଡ଼
ରାଗିଛୁ କି?
ଏ କୁଆପଥର କ’ଣ
ମୋ ପ୍ରେମର ବହ୍ନିରେ ତରଳିବନି?
ଟିକେ ଶାନ୍ତ ହୋଇଯା
ବୁନ୍ଦାଟିଏ ପ୍ରେମରେ ବରଷାଇ ଦେ
ଅପେକ୍ଷାର ତ ଅନ୍ତ ହେଉ
ଆଃ…
ଏବେ ମୁଁ ମୟୂରୀ ସାଜି ନାଚି ପାରିବି
ତୋ ଶୀତଳ ଛୁଆଁରେ
ମୁଁ ମତୁଆଲା ହୋଇ ପାରିବି
ଏ କ’ଣ?
ଶୂନ୍ୟ ଏ ଆକାଶ…
ଶୁଷ୍କ ଏ ଧରାବକ୍ଷ…
ରୁକ୍ଷ ଏ ତରୁଲତା…
କିନ୍ତୁ…
ମୁଁ ଯେ ସଦ୍ୟସ୍ନାତା
କିପରି ସମ୍ଭବ?
ସ୍ୱପ୍ନ ନା ବାସ୍ତବତା?
………………………….
Lect-in-English
Kanhu Charan (Degree) Mahavidyalay
Korai, Jajpur
Comments are closed.