ହିନ୍ଦୁ ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀର ଏକ ବିଶେଷ ମହତ୍ବ ରହିଛି। ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷ ପଞ୍ଚମୀ ଦିନରେ ଏହି ପର୍ବ ପାଳନ କରାଯାଇଥାଏ। ବିଶ୍ୱାସ ଅନୁଯାୟୀ, ଏହି ଦିନରେ ଜ୍ଞାନର ଦେବୀ ମା ସରସ୍ୱତୀଙ୍କୁ ପୂଜା କରାଯାଏ।
ଚଳିତ ବର୍ଷର ଶୁଭ ମହୂର୍ତ୍ତ-
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଅର୍ଥାତ୍ ୨୦୨୧ ମସିହାରେ ବସନ୍ତ ପଞ୍ଚମୀ ଫେବୃଆରୀ ୧୬ ତାରିଖ ଦିନ ପଡୁଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ବସନ୍ତ ପଞ୍ଚମୀ ପୂଜାର ଶୁଭ ସମୟ ସକାଳ ୬ଟା ୫୯ ମିନିଟରୁ ଦିନ ୧୨ଟା ୩୫ ମିନିଟ ଅର୍ଥାତ୍ ପ୍ରାୟ ୦୫ ଘଣ୍ଟା ୩୬ ମିନିଟ୍ ରହିବ।
ବସନ୍ତ ପଞ୍ଚମୀ ଦିନ କ’ଣ କରିବେ-
- ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀଙ୍କ ପୂଜା କରନ୍ତୁ। ଯଦି ଆପଣଙ୍କ ପାଖରେ ମା’ଙ୍କ ପ୍ରତିମା ନାହିଁ ତାହେଲେ ବହି ଉପରେ ହଳଦୀ ଅର୍ପଣ କରି ପୂଜା କରନ୍ତୁ।
- ବସନ୍ତ ପଞ୍ଚମୀ ଦିନ ହଳଦିଆ ଏବଂ ଧଳା ପୋଷାକ ପରିଧାନ କରନ୍ତୁ।
- ଏହି ଦିନ ସାତ୍ବିକ୍ ଖାଦ୍ୟ ଖାଆନ୍ତୁ।
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦିନରେ ମୋତି ଏବଂ ପୋଖରାଜ୍ ଧାରଣ କରିବା ଦ୍ବାରା ବ୍ୟକ୍ତିର ମନୋବାଞ୍ଛା ପୂରଣ ହୋଇଥାଏ।
- ଦେବୀ ସରସ୍ୱତୀଙ୍କ ସହ ଏହି ଦିନରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରନ୍ତୁ। ଏହା ସୌଭାଗ୍ୟ ଆଣିଥାଏ।
ବସନ୍ତ ପଞ୍ଚମୀରେ କଣ କରିବେ ନାହିଁ-
- ବସନ୍ତ ପଞ୍ଚମୀ ଦିନ ଭୁଲରେ କେବେବି କଳା ପୋଷାକ ପିନ୍ଧନ୍ତୁ ନାହିଁ। ଯାହାକୁ ଅଶୁଭ ବିବେଚିତ ମନାଯାଇଥାଏ।
- ଏହି ଦିନରେ ଆମିଷ ଓ ମଦ୍ୟପାନରୁ ଦୂରେଇ ରୁହନ୍ତୁ।
- କାହାକୁ ଦୁର୍ବ୍ୟବହାର କିମ୍ବା ଅପମାନ କରନ୍ତୁ ନାହିଁ।
- ଶିକ୍ଷା ସାମଗ୍ରୀକୁ ଅସମ୍ମାନ କରନ୍ତୁ ନାହିଁ।
Comments are closed.