Latest Odisha News

BREAKING NEWS

ଯୁବା ବାସ୍କେଟ୍ ବଲ ଓପନ ଟୁ୍ର୍ଣ୍ଣାମେଣ୍ଟରେ ଚାମ୍ପିଆନ ହେଲା ଡନ ବସ୍କୋ ହାଇଦ୍ରାବାଦ

ଭୁବନେଶ୍ୱର: ସହିଦନଗର ଇମ୍ଫା ପାର୍କ ବାସ୍କେଟ୍ ବଲ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ମ୍ୟାଚରେ ଆଜି  ଡନ ବସ୍କୋ ହାଇଦ୍ରାବାଦ ଭୁବନେଶ୍ୱର ସାଇନଷ୍ଟାରକୁ ୭୫/୭୨ରେ ହରାଇ ଚମ୍ପିୟାନ ହୋଇଛି । ଡନ ବକ୍ସ ହାଇଦ୍ରାବାଦ ଟ୍ରଫି ସହ କାଶ ପ୍ରାଇସ ୨୫ ହଜାର   ଓ  ସାଇନ୍ ଷ୍ଟାର ଭୁବନେଶ୍ୱର ଉପବିଜେତା ହୋଇ  ଟ୍ରଫି ସହ ୧୫ହଜାର ଟଙ୍କା ପାଇଛି । ସେହିପରି ଘରୋଇ ଯୁବା ଦଳ ତୃତୀୟ ସ୍ଥାନରେ ରହି ଟ୍ରଫି ସହ ୭ହଜାର ଟଙ୍କା କାଶ ପ୍ରାଇସ ପାଇଛି। ତେବେ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଟ ଖେଳାଳି ପୁରସ୍କାର ହାଇଦ୍ରାବାଦ ଡନ ବସ୍କୋର ଲନିନ ପାଇଛନ୍ତି।

ଆଜିର ଖେଳରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଭୁବନେଶ୍ଵରର ମଧ୍ୟ ବିଧାୟକ  ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା,ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ, ସମାଜ ସେବିବାମୀୟ କାନ୍ତ ଦାସ ଓ ମୁଖ୍ୟ ଉପଦେଷ୍ଟା ସରୋଜ କୁମାର ପାତ୍ର। ଖେଳାଳିଙ୍କୁ ଉତ୍ସାହିତ କରିବା ସହ କ୍ରିକେଟ ଖେଳରେ ରାଜ୍ୟର ଗୌରବ ବଢାଇ ଥିବା କାମିନୀ ମୁଣ୍ଡା, ତୁଫିଆଲ ଅହମଦ, ସୁଶ୍ରୀ  ପ୍ରୀୟଙ୍କା ପ୍ରିୟଦର୍ଶିନୀଙ୍କୁ ସମ୍ୱର୍ଦ୍ଧିତ କରିଥିଲେ।

ଏଥିରେ ଯୁବା ସଂଗଠନର ମୁଖ୍ୟ ଉପଦେଷ୍ଟା ସରୋଜ କୁମାର ପାତ୍ର, ଉପଦେଷ୍ଟା ଜଗବନ୍ଧୁ ପାତ୍ର, ସଭାପତି ବିଶ୍ବଜିତ ମହାନ୍ତି, ସଂପାଦକ ଦେବାଶିଷ ସବ୍ୟସାଚୀ ଚକ୍ର, କୋଷାଧ୍ୟକ୍ଷ ରାଜା ବିଶ୍ଵାଳ, ଚନ୍ଦ୍ର ଶେଖର ସାହୁ, ମିଥୁନ ବିଷୋୟୀ, ସିଦ୍ଧାନ୍ତ ଦାସ, ଆଦର୍ଶ ପଟ୍ଟନାୟକ, କେଶବ ପ୍ରଧାନ, ମୁନା ଗୌଡ଼, ସୁମନ ବେହେରା, ଦୀପକ ଛେତ୍ରି, ମିକି ମହାନ୍ତି, ଚେରି ସେଠୀ, ଅଭିନାଶ  ବେହେରା,ଉପସ୍ଥିତ ଥିଲେ। ଶେଷରେ ଯୁବା ସଙ୍ଗଠନ ପକ୍ଷରୁ ସନ୍ତୋଷ ସେଠୀଙ୍କୁ ବେଷ୍ଟ ଭଲ୍ୟୁଣ୍ଟର ରୂପେ ସମ୍ବର୍ଦ୍ଧିତ କରିଥିଲେ ସରୋଜ ପାତ୍ର ।

Comments are closed.