Latest Odisha News

ସୁରେଶ ମହାପାତ୍ରଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: ଅବସର ସହ ନିଯୁକ୍ତି । ଆସନ୍ତା ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ନେବେ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର । ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଉଥିବା ବେଳେ ସରକାର ତାଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।

ଏନେଇ ଶକ୍ତି ବିଭାଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଥିବାରୁ ସରକାର ମୁଖ୍ୟ ଶାସନ ସଚିବ ଭାବେ ୧୯୮୯ ବ୍ୟାଚର ଆଇଏଏସ୍ ପ୍ରଦୀପ ଜେନାଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଏହା ପୂର୍ବରୁ ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଥିବା ବେଳେ ସରକାର ୬ ମାସ ଲେଖାଏ ଦୁଇ ଥର ତାଙ୍କ କାର୍ଯ୍ୟକାଳ ବଢ଼ାଇଥିଲେ । ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ପୂର୍ବରୁ ଓପିଜିସି, ଓଏଚପିସି, ଓଟିପିସିଏଲ୍ ଓ ଗ୍ରୀଡକୋରେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.