Latest Odisha News

BREAKING NEWS

ନକ୍ସଲଙ୍କ ଲୋମଟାଙ୍କୁରା କାହାଣୀ କହିବେ ମା’ ଓ ପତ୍ନୀ, ସାମ୍ନାକୁ ଆସିଲା “ବସ୍ତର: ଦ ନକ୍ସଲ ଷ୍ଟୋରୀ” ର ଦ୍ଵିତୀୟ ଟିଜର୍

ମୁମ୍ବାଇ: ବିପୁଲ ଅମୃତଲାଲ ଶାହାଙ୍କ ଫିଲ୍ମ ‘ବସ୍ତର: ଦ ନକ୍ସଲ ଷ୍ଟୋରୀ’ର ଦ୍ୱିତୀୟ ଟିଜର ମୁକ୍ତିଲାଭ କରିଛି। ଏହି ଟିଜରରେ ଜଣେ ପତ୍ନୀ ଏବଂ ମା’ର ଭାବପ୍ରବଣ କାହାଣୀ ଦେଖାଯାଇଛି | ଜଣେ ପତ୍ନୀ କାନ୍ଦି କାନ୍ଦି କହିଛନ୍ତି ଯେ, ସ୍ଵାଧୀନତା ଦିବସରେ ତାଙ୍କ ସ୍ଵାମୀ ଜାତୀୟ ପତାକା ଉତ୍ତୋଳନ କରିବାରୁ କିଭଳି ନକ୍ସଲମାନେ ତାଙ୍କ ସ୍ୱାମୀଙ୍କୁ ୩୨ ଖଣ୍ଡ କରି କାଟି ଦେଇଛନ୍ତି । କଣ ବସ୍ତରରେ ଭାରତର ଜାତୀୟ ପତାକାକୁ ଉଡାଇବା ଏକ ଅପରାଧ କି?

BjdElectrycity

ବସ୍ତର: ଦ ନକ୍ସଲ ଷ୍ଟୋରୀ’ ର ନୂଆ ଟିଜର ଆସିଛି, ଯେଉଁଥିରେ ନକ୍ସଲମାନଙ୍କଠାରୁ ତାଙ୍କ ପରିବାରର ପ୍ରତିଶୋଧ ନେବାକୁ ଚାହୁଁଥିବା ଜଣେ ମାତାଙ୍କର ସ୍ୱର ଶୁଣାଯାଉଛି। ଏହି ଟିଜରରେ ସେହି ହତଭାଗୀ ମା’କୁ ଦେଖିବାକୁ ମିଳିଛି ଯିଏ ନିଜ ପରିବାରକୁ ହରାଇ ଅନେକ ଯନ୍ତ୍ରଣାରେ ଛଟପଟ ହେଉଛି । ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ, ନକ୍ସଲମାନେ ତାଙ୍କ ପୁଅକୁ ନେଇଯାଇଛନ୍ତି ଏବଂ ତାଙ୍କୁ ମଧ୍ୟ ନକ୍ସଲୀ କରିଦେବେ । ସେହି ମହିଳା ଜଣଙ୍କ ଟିଜରରେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି ପରିବାରରୁ ଜଣେ ସନ୍ତାନଙ୍କୁ ସେହି ନକ୍ସଲ ମାନଙ୍କୁ ଦେବାକୁ ପଡିବ, ଯଦି ସେମାନେ ଏପରି ନକରନ୍ତି ତେବେ ନକ୍ସଲ ମାନେ ସେମାନଙ୍କ ପୁରା ପରିବାରକୁ ଅନ୍ତ କରିଦେଉଛନ୍ତି । ଏପରି ପରିସ୍ଥିତିରେ ବସ୍ତରର ଅନେକ ମା’ମାନେ କ’ଣ କରିବା ଉଚିତ୍?  ସେହି ମହିଳା ଜଣଙ୍କ ଶେଷରେ ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ଏବଂ ପୁଅକୁ ସେମାନଙ୍କ ପାଖରୁ ଫେରାଇ ଆଣିବା ପାଇଁ ବାଧ୍ୟ ହୋଇ ଅସ୍ତ୍ର ଉଠାଇଛନ୍ତି |

ସୂଚନାଯୋଗ୍ୟ ଯେ, ଫିଲ୍ମ ‘ବସ୍ତର୍: ଦ ନକ୍ସଲ୍ ଷ୍ଟୋରୀ’ ଏହାର ପ୍ରଥମ ପୋଷ୍ଟର ଏବଂ ଟିଜର ସହିତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିସାରିଛି । ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ବଡ ପରଦାରେ ଫିଲ୍ମଟିକୁ ଖୁବଶିଘ୍ର ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ବିପୁଲ ଅମୃତଲାଲ ଶାହାଙ୍କ ସନସାଇନ ପିକ୍ଚର୍ସ୍ ଦ୍ଵାରା ଦ୍ୱାରା ନିର୍ମିତ ‘ବସ୍ତର: ଦ ନକ୍ସଲ ଷ୍ଟୋରୀ’ର ପ୍ରଯୋଜନା କରିଛନ୍ତି ଆଶିନ୍ ଏ ଶାହାଙ୍କ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁଦିପ୍ତୋ ଶେନ୍ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନଜର ଅଭିନୟ କରିଛନ୍ତି ଅଦା ଶର୍ମା । ଏହି ଚଳଚ୍ଚିତ୍ରରେ ଅଦା ନକ୍ସଲମାନଙ୍କ ବିରୁଦ୍ଧରେ ଲଢେଇ କରୁଥିବା ଆଇପିଏସ୍ ଅଧିକାରୀ ନୀରଜା ମାଧବନଙ୍କ ଭୂମିକାରେ ନଜର ଆସିଛନ୍ତି।

 

Leave A Reply

Your email address will not be published.