Latest Odisha News

BREAKING NEWS

ବିଏମ୍‌ସି ଅଫିସ ଘେରିଲେ ବସ୍ତିବାସିନ୍ଦା

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ବିଏମ୍‌ସି ଅଫିସ ଘେରିଛନ୍ତି ବସ୍ତିବାସ୍ତିନ୍ଦା । ଖୁବଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରିବାକୁ ଦାବି କରିଛି ବସ୍ତି ସୁରକ୍ଷା ମଞ୍ଚ । 

ବସ୍ତି ଥଇଥାନ ପାଇଁ ବିଶାଳ ସମାବେଶ । ସରକାର ବସ୍ତିମୁକ୍ତ ସହର ଘୋଷଣା କରୁଥିବା ବେଳେ ବସ୍ତି ଭାଙ୍ଗି ନୂଆ ନୂଆ ବସ୍ତି ଗଢୁଥିବାର ଅଭିଯୋଗ କରିଛି ବସ୍ତି ସୁରକ୍ଷା ମଞ୍ଚ । ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରୁ ଆସିଥିବା ବସ୍ତିବାସିନ୍ଦା ଆଜି ଆନ୍ଦୋଳନ କରିଛନ୍ତି । 

ତୁରନ୍ତ ସେମାନଙ୍କ ଦାବି ଶୁଣିବା ସହ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ସେମାନଙ୍କ ସମସ୍ୟାର ସମାଧାନ ନହୁଏ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.