ଭୁବନେଶ୍ବର: ବଥୁଆ ଶାଗ ଆମ ବାଡିରେ ହୋଇଥାଏ । ବଥୁଆ ହେଉଛି ଏପରି ଏକ ଶାଗ,ଯାହାକୁ ଉତ୍ପାଦନ ପାଇଁ ବିଶେଷ ପରିଶ୍ରମ ମଧ୍ୟ କରିବାକୁ ପଡ଼େ ନାହିଁ। ଜାଣିଛନ୍ତି, ଏହି ଶାଗକୁ ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଆୟୁର୍ବେଦିକ ବିଶେଷଜ୍ଞମାନେ ବଥୁଆକୁ ଏକ ଭୋକ ବଢାଇବା ଔଷଧ ଭାବେ ବିବେଚନା କରନ୍ତି। ଏହି ଶାଗ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଶରୀରରେ ସର୍ବଦା ଶକ୍ତି ଏବଂ ଫୂର୍ତ୍ତି ଭରି ରଖେ ।
ଏଥିରେ ଭରପୁର ମାତ୍ରାରେ ଭିଟାମିନ ଏ, ଆଇରନ, କ୍ୟାଲସିୟମ, ଫସଫରସ ଓ ପୋଟାସିୟମ ରହିଛି।
ବଥୁଆ ଶାଗକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇଲେ ପେଟ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ। ବଥୁଆ ଶାଗ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ରୁ ମଧ୍ୟ ମୁକ୍ତି ମିଳିଥାଏ।
ବଥୁଆ ଶାଗ ପିଲାଙ୍କୁ ଖାଇବାକୁ ଦେଲେ ସେମାନଙ୍କର ପେଟରେ ଥିବା କୃମି ମରିଯାଏ ।ଏହି ଶାଗ ଖାଇଲେ ରକ୍ତ ପରିଷ୍କାର ହୋଇଥାଏ। ବଥ, ବାରମୂଳିଆ ଆଦିକୁ ବସାଇବା କିମ୍ବା ଫଟାଇବା ପାଇଁ ମଧ୍ୟ ବଥୁଆ ଶାଗକୁ ବ୍ୟବହାର କରାଯାଇଥାଏ।
ମହିଳାଙ୍କ ମାସିକଧର୍ମରେ ଅନିୟମିତତା ଦେଖାଦେଲେ ଦୁଇ ଚାମଚ ବଥୁଆ ମଞ୍ଜି ନେଇ ସେଥିରେ ଗୋଟିଏ ଗ୍ଲାସ୍ ପାଣି ଦେଇ ତାକୁ ଭଲ ଭାବେ ଫୁଟାନ୍ତୁ। ପାଣି ଅଧଗ୍ଳାସ୍ ରହିଲେ ତାକୁ ଛାଣି ପିଇବାକୁ ଦିଅନ୍ତୁ। ଏହି ସମସ୍ୟା ଦୂର ହେଇଯିବ।
ଲାଲ୍ ବଥୁଆ ହାର୍ଟକୁ ମଜବୁତ କରେ। ବଥୁଆ ଯକୃତର ଅସୁବିଧାକୁ ଦୂର କରିଥାଏ । ବଥୁଆ ଶାଗ ରସରେ ଅଳ୍ପ ଚିନି ମିଶାଇ ଖାଲିପେଟରେ ନିୟମିତ ୩ ମାସ ପିଇବା ଦ୍ୱାରା ପେଟରେ ହେଉଥିବା ପଥର ବା ଷ୍ଟୋନ୍ ସମସ୍ୟା ଦୂର ହୋଇଥାଏ।
ମୁଣ୍ଡରେ ନିଖ ହେଉଥିଲେ ବଥୁଆକୁ ସିଝାଇ ତା’ର ପାଣିରେ ମୁଣ୍ଡ ଧୋଇବା ଦ୍ୱାରା ନିଖ ମରିଯାଏ। କେଶ ମଧ୍ୟ ସଫା ହେଇଯାଏ।
Comments are closed.