Latest Odisha News

BREAKING NEWS

ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିବା ପ୍ରତ୍ନତତ୍ୱବିତ ବିବି ଲାଲଙ୍କ ପରଲୋକ

ନୂଆଦିଲ୍ଲୀ: ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିବା ଭାରତର ପ୍ରତ୍ନତତ୍ୱ ସର୍ବେକ୍ଷଣର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଡ. ବ୍ରଜବାସୀ ଲାଲଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ପଦ୍ମଶ୍ରୀ ତଥା ପଦ୍ମଭୂଷଣ ସମ୍ମାନ ହାସଲ କରିଥିବା ବିବି ଲାଲଙ୍କୁ ୧୦୧ ବର୍ଷ ହୋଇଥିଲା । ତାଙ୍କୁ ଭାରତର ବରିଷ୍ଠ ପ୍ରତ୍ନତତ୍ୱବିତ ଭାବେ ବିବେଚନା କରାଯାଏ । ଝାନସୀର ବଡୋରା ଗ୍ରାମରେ ସେ ୨ ମେ ୧୯୨୧ରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୮ରୁ ୭୨ ପର୍ଯ୍ୟନ୍ତ ସେ ପ୍ରତ୍ନତତ୍ୱ ସର୍ବେକ୍ଷଣର ନିର୍ଦ୍ଦେଶକ ଥିଲେ । ୧୯୪୪ ମସିହାରେ ସେ ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିଲେ । ୧୯୭୫ରେ ସେ ରାମାୟଣ ସାଇଟଗୁଡିକର ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରକଳ୍ପ ଆରମ୍ଭ କରିଥିଲେ ।

ଅଯୋଧ୍ୟା, ଭରଦ୍ୱାଜ ଆଶ୍ରମ, ନନ୍ଦିଗ୍ରାମ, ଚିତ୍ରକୂଟ ସ୍ଥାନଗୁଡିକରେ ଗବେଷଣା ଆରମ୍ଭ କରିଥିଲେ । ଏହା ପରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରମାଣ ମିଳିଥିଲା । ୨୦୦୦ରେ ପଦ୍ମଶ୍ରୀ ଏବଂ ୨୦୨୧ରେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Comments are closed.