Latest Odisha News

BREAKING NEWS

ପ୍ରବଳ ବର୍ଷାରେ ଭାଙ୍ଗିଗଲା ଅସ୍ଥାୟୀ ବ୍ରିଜ୍

କୋରାପୁଟ: ପ୍ରବଳ ବର୍ଷାରେ ଅସ୍ଥାୟୀ ବ୍ରିଜ୍ ଭାଙ୍ଗି ଯାଇଛି । ସୀମାନ୍ତ ଆନ୍ଧ୍ରର ସମ୍ବାଇ ନିକଟ ବାଇଲୁଗୁଡା ନିକଟରେ ଅସ୍ଥାୟୀ ବ୍ରିଜ ଭାଙ୍ଗିଯିବା ସହ ନିର୍ମାଣାଧିନ ନୂତନ ବ୍ରିଜର କିଛି ଅଂଶ ଧୋଇ ଯାଇଛି । ଫଳରେ କୋରାପୁଟ ଜିଲ୍ଲା ପଟାଙ୍ଗିରୁ ସମ୍ବାଇକୁ ଗମନା ଗମନ ଠପ୍ ହୋଇ ଯାଇଛି ।

ଗତ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ନଦୀରେ ବନ୍ୟା ପାଣିର ସୁଅ ରହିଥିଲା । ବନ୍ୟା ପାଣିରେ ଅସ୍ଥାୟୀ ବ୍ରିଜ୍ ଭାଙ୍ଗି ଯାଇଛି । ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ରହୁଥିବା ଲୋକଙ୍କ ପାଇଁ ଏହି ବ୍ରିଜ୍ ବେଶ ଗୁରୁତ୍ୱପୂର୍ଣ୍ଣ ।

ଅସ୍ଥାୟୀ ପୋଲ ଧୋଇ ଯିବା ପରେ ସମ୍ବାଇ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ତୁରନ୍ତ ଗାଡ଼ି ଚଳାଚଳ ବ୍ୟବସ୍ଥା କରିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ସରପଞ୍ଚ ।

Leave A Reply

Your email address will not be published.