ସିଡନୀ: ଚଳିତ ବିଗ ବ୍ୟାସ ଲିଗ କ୍ରିକେଟରେ ଏକ ମ୍ୟାଚ ମାତ୍ର ୭ ଓଭର ଖେଳାଯିବା ପରେ ବନ୍ଦ କରି ଦିଆଯାଇଛି । ପୂର୍ବରୁ ଏ ଭଳି ଲଜ୍ଜ୍ୱାଜନକ ଘଟଣା ଏହି ଲିଗରେ ଘଟି ନ ଥିଲା । ୬ ଓଭର ଖେଳାଯିବ ପରେ ୭ମ ଓଭର ବେଳକୁ ପିଚ ଘାତକ ସାବ୍ୟସ୍ତ ହେଉଥିବାରୁ ମ୍ୟାଚ ବନ୍ଦ କରାଯାଇଥିଲା । ମେଲବୋର୍ଣ୍ଣ ରେନେଗେଡସ ଓ ପର୍ଥ ସ୍କ୍ରଚର୍ସ ମଧ୍ୟରେ ଏହି ମ୍ୟାଚ ଖେଳା ଯାଉଥିଲା । ମେଲବୋର୍ଣ୍ଣ ଅଧିନାୟକ ନିକ ମ୍ୟାଡିନସନ ଟଦ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପିଚର ଅବସ୍ଥା ଏତେ ଖରାପ ଥିଲା ଯେ, ବ୍ୟାଟ୍ସମ୍ୟାନମାନେ ରନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
୨ଟି ୱିକେଟର ପତନ ପରେ ପର୍ଥ ସ୍କ୍ରଚର୍ସର ଆରୋନ ହାର୍ଡି ଓ ଜୋଶ ଇଂଲିଶ ୬.୫ ଓଭର ଯାଁଏ କଷ୍ଟରେ ବ୍ୟାଟିଂ ଜାରୀ ରଖିଥିଲେ । ଏହା ପରେ ଫିଲ୍ଡ ଅମ୍ପାୟର ଉଭୟ ଦଳର କୋଚ, ଅଧିନାୟକ ଏବଂ ମ୍ୟାଚ ଆୟୋଜକଙ୍କ ସହ ଆଲୋଚନା କରିବା ପରେ ଏହାକୁ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ । ଉଭୟ ଦଳକୁ ସମାନ ପଂଏଟ ମିଳିଛି । ଚଳିତ ସିଜନର ଏହା ଚତୁର୍ଥ ମ୍ୟାଚ ଥିଲା ।
Comments are closed.