Latest Odisha News

BREAKING NEWS

ଡ଼ିସେମ୍ବର ୧୭ ରେ ବିଜେବି ଫ୍ରେଣ୍ଡସର ବନ୍ଧୁ ମିଳନ

ଭୁବନେଶ୍ୱର: ଡିସେମ୍ବର ୧୭ ତାରିଖରେ ଆୟୋଜିତ ହେବାକୁ ଯାଉଛି ବିଜେବି କଲେଜ ପୁରାତନ ଛାତ୍ର ସଂଘ ‘ବିଜେବି ଫ୍ରେଣ୍ଡସ’ ର ବନ୍ଧୁ ମିଳନ । ଏନେଇ ଆଜି (ରବିବାର) ବିଜେବି ଫ୍ରେଣ୍ଡସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଉତ୍ସବ ପୂର୍ବରୁ ବରୁଣେଇ ପାହାଡ଼ ଠାରୁ ବିଜେବି ଫ୍ରେଣ୍ଡସ୍ ର ସଭ୍ୟ ମାନଙ୍କର ଏକ ମଶାଲ ଶୋଭାଯାତ୍ରା ଆସି ବିଜେବି କଲେଜ ପରିସରରେ ଥିବା ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ ।

BjdElectrycity

ଏହି ଉତ୍ସବରେ ବିଜେବି କଲେଜର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ସଡଙ୍ଗୀ ଓ ଓଡିଶା ର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଅତିଥି ଭାବରେ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ସେମାନଙ୍କୁ ବିଜେବି ଫ୍ରେଣ୍ଡସ୍ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ।

ଏତଦ୍ ବ୍ୟତୀତ ବନ୍ଧୁ ମିଳନ ସଭାରେ ବିଜେବି କଲେଜରେ ଗତ ଡ଼ିସେମ୍ବର ୨ ତାରିଖରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଏହି ବନ୍ଧୁ ମିଳନ ଅବସରରେ ବହୁ ପୂରାତନ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି ।

ବିଜେବି ଫ୍ରେଣ୍ଡସ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରକ୍ତ ଦାନ ଭଳି ମହତ କାର୍ଯ୍ୟକ୍ରମର ଯୋଜନା ରଖା ଯାଇଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

ବିଜେବି ଫ୍ରେଣ୍ଡସର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଦେବାଶିଷ ପଟ୍ଟନାୟକ, ସମ୍ପାଦକ ସତ୍ୟବ୍ରତ ଧୁପଲ, ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ସଭ୍ୟ ଅଶୋକ ମହାନ୍ତି, କୃଷ୍ଣ ଚନ୍ଦ୍ର ପାତ୍ର, ଡକ୍ଟର ନମିତା ପଟ୍ଟନାୟକ, ଶୁଭଦର୍ଶିନୀ ମିଶ୍ର ଓ ରାମ ଶଙ୍କର ନନ୍ଦଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.