Latest Odisha News

BREAKING NEWS

ଆଇପିୟୁର କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହେଲେ ଅପରାଜିତା

ଭୁବନେଶ୍ୱର: ଅନ୍ତଃସଂସଦୀୟ ୟୁନିୟନ ( ଆଇପିୟୁ)ର କାର୍ଯ୍ୟକାରିଣୀ କମିଟିକୁ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା ନିର୍ବାଚିତ ହେବା ପରେ ଏହି କମିଟିରେ ଭାରତ ସଭାପତି ପଦ ହାସଲ କରିଛି। ଆଉ ଦୁଇ ଦଶନ୍ଧି ପରେ ଭାରତ ପାଖକୁ ଏହି ପଦ ଆସିଛି।

ସାଂସଦ ଅପରାଜିତା ଏବେ ଦକ୍ଷିଣ ଆଫ୍ରିକାର ରଓ୍ବାଣ୍ଡାର କିଗାଲି ଗସ୍ତରେ ରହିଛନ୍ତି। ରାଜ୍ୟସଭା ଉପାଧ୍ଯକ୍ଷ ହରିବଂଶଙ୍କ ନେତୃତ୍ୱରେ ଭାରତର ଆଇପିୟୁ ଟିମ୍ ଗସ୍ତ କରିଛି। ଯେଉଁଥିରେ ଓଡିଶାର ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସହିତ ହରିଆଣାର ସାଂସଦ କାର୍ତ୍ତିକେୟ ଶର୍ମା ମଧ୍ୟ ରହିଛନ୍ତି। ଯିଏକି ଜଣେ ବିଜେପି ସାଂସଦ। ସେହିପରି ଅନ୍ୟମାନେ ରହିଛନ୍ତି।

ଆଇପିୟୁର ୧୪୫ତମ ସମ୍ମିଳନୀ ଅବସରରେ ଏହି ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା। ମୋଟ ୧୮ଟି ଭୋଟରୁ ଭାରତ ସମର୍ଥନରେ ୧୨ଟି ଭୋଟ ପଡ଼ିଥିଲା। ଏହାପରେ ଅପରାଜିତା ନିର୍ବାଚିତ ହୋଇଛନ୍ତି।

ଲୋକସଭା ପକ୍ଷରୁ ଏକ ଟ୍ବିଟ୍ କରାଯାଇ ଅପରାଜିତା ଆଇପିୟୁରେ ବିଜୟୀ ହେବା ନେଇ ସୂଚନା ଦିଆଯାଇଛି। ବାଚସ୍ପଚି ଓମ୍ ବିର୍ଲା ଏଥିପାଇଁ ଅପରାଜିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ଅପରାଜିତା ଭାରତର ପ୍ରାର୍ଥୀ ହେବେ ବୋଲି ଘୋଷଣା ହେବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଚସ୍ପତି ଓମ୍ ବିର୍ଲାଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।

୧୭୮ ଦେଶକୁ ନେଇ ଗଠିତ ଆଇପିୟୁରେ ୧୫ ଜଣିଆ ପରିଚାଳନା ପାଇଁ ଗୋଟିଏ ପଦ ଖାଲି ହୋଇଥିବାରୁ ଏହି ପଦ ପାଇଁ ନିର୍ବାଚନ ହୋଇଥିଲା। ବିଗତ ବହୁ ବର୍ଷ ଧରି ଭାରତରୁ କେହି ଏହି ସମିତିରେ ସଦସ୍ୟ ହୋଇନଥିଲେ ଏହା ସମସ୍ତଙ୍କ ପାଇଁ ସମ୍ମାନ ଏବଂ ଗର୍ବର ବିଷୟ।

Comments are closed.