Latest Odisha News

BREAKING NEWS

ସୌରଭ ଗାଙ୍ଗୁଲିଙ୍କୁ ନେଇ ବିଜେପି-ଟିଏମସି ମୁହାଁମୁହିଁ

କୋଲକାତା: ବିସିସିଆଇ ସଭାପତି ନିର୍ବାଚନକୁ ନେଇ ତେଜିଛି ରାଜନୀତି। ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ବିରୋଧୀ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଟିଏମସି କହିଛି ଯେ ବିଜେପି ସୌରଭ ଗାଙ୍ଗୁଲିଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛି। ଗେରୁଆ ଦଳ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛି, କାରଣ ଦାଦା ଦଳରେ ଯୋଗ ଦେବାକୁ ରାଜି ହୋଇନଥିଲେ। ତେଣୁ ରାଜନୈତିକ ପ୍ରତିଶୋଧ ନେବାକୁ ଏପରି କରାଯାଇଛି। ତେବେ ଟିଏମସି ମୁଖପାତ୍ର କୁନାଲ ଘୋଷଙ୍କ ଏପରି ଅଭିଯୋଗକୁ କିନ୍ତୁ ବିଜେପି ଭିତ୍ତିହୀନ ବୋଲି କହିଛି।

ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ଗତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଲୋକଙ୍କ ମଧ୍ୟରେ ଏକ ବାର୍ତ୍ତା ଦେବାକୁ ପ୍ରୟାସ କରୁଛି ଯେ ରାଜ୍ୟରେ ଅନ୍ୟତମ ଲୋକପ୍ରିୟ ବ୍ୟକ୍ତି ଗାଙ୍ଗୁଲି ତାଙ୍କ ଦଳରେ ଯୋଗଦେବେ। ହେଲେ ସେ ଯୋଗ ନଦେବାକୁ ଏପରି ଅପମାନିତ କରାଯାଉଛି।

ସେହିପରି ଟିଏମସି ସାଂସଦ ଶାନ୍ତନୁ ଗୁପ୍ତା ଟ୍ବିଟ୍ କରି କହିଛନ୍ତି, ଏହା ଏକ ହୀନ ରାଜନୀତି। ଯଦି ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଦ୍ୱିତୀୟ ଥର ପାଇଁ ବିସିସିଆଇର ସଚିବ ପଦରେ ରହିପାରିବେ। ତା ହେଲେ ସୌରଭ ଗାଙ୍ଗୁଲି କାହିଁକି ନୁହେଁ। ଯେହେତୁ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜ୍ୟର ବ୍ୟକ୍ତି ତେଣୁ ତାଙ୍କୁ ଏପରି ଅପମାନ ଦିଆଯାଇ ଥାଇପାରେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଟିଏମସିର ଅଭିଯୋଗକୁ ଭିତ୍ତିହୀନ ବୋଲି କହି ବିଜେପି କହିଛି। ବିଜେପି କେବେ ବି ସୌରଭ ଗାଙ୍ଗୁଲିଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କରି ନାହିଁ। ବିଜେପି ରାଷ୍ଚ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିଜେପି କେବେ ସୌରଭ ଗାଙ୍ଗୁଲିଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କଲା ଆମେ ଜାଣି ନାହୁଁ? ସୌରଭ ଗାଙ୍ଗୁଲି ଜଣେ କ୍ରିକେଟର ନାଁକରା ଚେହେରା। ବିସିସିଆଇର ପରିବର୍ତ୍ତନକୁ ନେଇ କିଛି ଲୋକ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

Leave A Reply

Your email address will not be published.