Latest Odisha News

ବୋଲୋଗଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଷଡଙ୍ଗୀ

ଭୁବନେଶ୍ୱର : ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ମାଣିକଗୋଡା ଷ୍ଟେସନ ହେବ । ଅନେକ ଦିନ ଧରି ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ  ।

ଏହି ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ବୋଲଗଡ଼ ଜନସାଧାରଣଙ୍କ ଆଗ୍ରହ କ୍ରମେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ  ।  ବୋଲଗଡ଼ ରୋଡ଼ ଷ୍ଟେସନର ନାମ ପରିବର୍ତ୍ତନ କରି ମାଣିକଗୋଡ଼  ଷ୍ଟେସନ କରିବା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିବା ସହ ସାକ୍ଷାତ କରି ଆଲୋଚନା କରିଥିଲେ ସାଂସଦ ଷଡଙ୍ଗୀ  ।

ଏହି ସମ୍ୱନ୍ଧରେ ରେଳ ମନ୍ତ୍ରଣାଳୟ ତରଫରୁ ଗୃହ ବିଭାଗକୁ ଅନାପତ୍ତି ପତ୍ର ପ୍ରଦାନ କରିଛନ୍ତି  । ଖୁବ ଶୀଘ୍ର ଏହାର ନାମ ପରିବର୍ତ୍ତନ ହୋଇ ମାଣିକଗୋଡ଼ା ଷ୍ଟେସନ ହେବ  ବୋଲି ସୂଚନା ମିଳୁଛି   ।

 

 

Comments are closed.