Latest Odisha News

BREAKING NEWS

ଡି ଗ୍ରୁପ ସଦସ୍ୟ, ଦାଉଦଙ୍କ ବିଷୟରେ ସୂଚନା ଦେଲେ ଏନଆଇଏ ଦେବ ୨୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ଓ ତାର ସଦସ୍ୟଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରାଯାଇଛି । ଏନଆଇଏ ରିପୋର୍ଟ ଅନୁସାରେ ଡି ଗ୍ରୁପ ଏବେ ଭାରତରେ ନକଲି ଟଙ୍କା, ଅସ୍ତ୍ରଶସ୍ତ୍ର, ବିସ୍ଫୋଟକ ଓ ଡ୍ରଗ୍ସ ଚୋରା କାରୋବାର ପାଇଁ ନେଟୱର୍କ ପ୍ରସ୍ତୁତ କରିବା ଆରମ୍ଭ କରିଛି । ଏଥିରେ ପାକିସ୍ତାନ ଏଜେନ୍ସି ଓ ଆତଙ୍କୀ ସଂଗଠନ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି । ଦାଉଦଙ୍କ ବ୍ୟତୀତ ଛୋଟା ଶକୀଲ ଉପରେ ୨୦ ଲକ୍ଷ ଏବଂ ଅନୀସ ଇବ୍ରାହମ, ଜାଭେଦ ଚିକନା ଓ ଟାଇଗର ମେନନଙ୍କ ସମ୍ପକରେ ସୂଚନା ଦେଲେ ୧୫ ଲକ୍ଷ ମିଳିବ । ଏହି ସମସ୍ତ ଅପରାଧୀ ୧୯୯୩ ମୁମ୍ବାଇ ସିରିୟଲ ବିସ୍ଫୋରଣର ଅଭିଯୁକ୍ତ ଅଟନ୍ତି ।

ଦାଉଦ ଇବ୍ରାହିମଙ୍କୁ ଧରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭାରତ ସରକାରଙ୍କୁ ସଫଳତା ମିଳି ନାହିଁ । ସେ ଯଦି ପୁନର୍ବାର ଭାରତରେ ତାର ସଂଗଠନକୁ ମଜଭୁତ କରିବାରେ ସଫଳ ହେବ ତାହାହେଲେ ଅପରାଧକୁ ଅଟକାଇବା କଷ୍ଟକର ହେବ ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.