Latest Odisha News

ବିସିସିଆଇ ଚୟନ କମିଟି ସଦସ୍ୟ ହେଲେ ଅଜୟ ରାତ୍ରା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୂର୍ବତନ ଖେଳାଳି ଅଜୟ ରାତ୍ରାଙ୍କୁ ପୁରୁଷ ଚୟନ କମିଟି ସଦସ୍ୟ ଭାବେ ସାମିଲ କରିଛନ୍ତି । ସଲୀଲ ଆଙ୍କୋଲାଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ଅଜିତ ଅଗରକର ଚୟନ କମିଟି ମୂଖ୍ୟ ଦାୟିତ୍ୱ ତୁଲାଉଛନ୍ତି । ରାତ୍ରାଙ୍କ ନିକଟରେ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ଅଭିଜ୍ଞତା ରହିଛି । ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ସେ ଏହି ଦାୟିତ୍ୱ ତୁଲାଇବେ । ରାତ୍ରା ଭାରତ ପକ୍ଷରୁ ୬ଟି ଟେଷ୍ଟ ଏବଂ ୧୨ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ପ୍ରଥମଶ୍ରେଣୀ କ୍ରିକେଟରେ ସେ ହରିୟାଣା ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ । ସେ ୯୦ରୁ ଅଧିକ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ସହ ୪୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛି । ସେ ଜଣେ ଭଲ ୱିକେଟ କିପର ଭାବେ ନିଜର ସ୍ୱତନ୍ତ୍ର ଛାପ ଛାଡିଥିଲେ ।

ସେ ୱିକେଟ ପଛରେ ୨୪୦ ଡିସମିସାଲ କରିଛନ୍ତି । ଆସାମ, ପଞ୍ଜାବ ଓ ଉତର ପ୍ରଦେଶ କୋଚ ଭାବେ ମଧ୍ୟ ସେ କାର୍ଯ୍ୟ କରି ସାରିଛନ୍ତି । ଏହା ମୋ ପାଇଁ ଗର୍ବ ତଥା ସମ୍ମାନର ବିଷୟ ବୋଲି ରାତ୍ରା କହିଛନ୍ତି । ଭାରତୀୟ କ୍ରିକେଟରେ ଯୋଗଦାନ ଦେବା ପାଇଁ ମୁଁ ସର୍ବଦା ପ୍ରସ୍ତୁତ ବୋଲି ଏହି ଅଭିଜ୍ଞ ପୂର୍ବତନ ୱିକେଟ କିପର ଜଣଙ୍କ କହିଛନ୍ତି । ସେପ୍ଟମ୍ବର ୧୯ରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବ ।

Comments are closed.