Latest Odisha News

BREAKING NEWS

ଘରୋଇ ପ୍ରତିଯୋଗିତାର କାର୍ଯ୍ୟସୂଚୀ ଘୋଷିତ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୋମବାର ଘରୋଇ ପ୍ରତିଯୋଗିତାର କାର୍ଯ୍ୟସୂଚୀ ଘୋଷଣା କରିଛି । ୨୦୨୩-୨୪ ଘରୋଇ ସିଜନ ୨୮ ଜୁନରୁ ଦୁଲୀପ ଟ୍ରଫି ମାଧ୍ୟମରେ ଆରମ୍ଭ ହେବ । ସେହିପରି ପ୍ରତିଷ୍ଠିତ ରଣଜୀ ଟ୍ରଫି ଆସନ୍ତା ବର୍ଷ ୫ ଜାନୁୟାରୀରୁ ଆରମ୍ଭ ହେବ । ଗତ ସଂସ୍କରଣରେ ବେଙ୍ଗଲକୁ ହରାଇ ସୌରାଷ୍ଟ୍ର ଟାଇଟଲ ହାସଲ କରିଥିଲା । ୬ଟି କ୍ଷେତ୍ରୀୟ ଟିମକୁ ନେଇ ଦୁଲୀପ ଟ୍ରଫି ଆୟୋଜିତ ହେବ । ଏହା ପରେ ୨୪ ଜୁଲାଇରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ଦେଓଧର ଟ୍ରଫି ଲିଷ୍ଟ ଏ ଟୁର୍ଣ୍ଣାମେଂଟ ଖେଳାଯିବ । ୧ରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ଇରାନୀ କପ ଆୟୋଜିତ ହେବ । ସେହିପରି ସୟେଦ ମୁସ୍ତାକ ଅଲ୍ଲୀ ଟ୍ରଫି ୧୬ ଅକ୍ଟୋବରରୁ ୬ ନଭେମ୍ବର ଓ ବିଜୟ ହଜାରେ ଟ୍ରଫି ୨୩ ନଭେମ୍ବରରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଆୟୋଜିତ ହେବ ।

BjdElectrycity

ରଣଜୀ ଟ୍ରଫି କାର୍ଯ୍ୟସୂଚୀ:ଏହା ଗତ ବର୍ଷ ୫ ଜାନୁୟାରୀରୁ ୧୯ ଫେବୃୟାରୀ ପର୍ଯ୍ୟନ୍ତ ଖେଳାଯିବ । ନକଆଉଟ ପର୍ଯ୍ୟାୟ ୨୩ ଫେବୃୟାରୀରୁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ଓ ପ୍ଲେଟ ଗ୍ରୁପ ମ୍ୟାଚ ୫ ଜାନୁୟାରୀରୁ ୫ ଫେବୃୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ ।
ମହିଳା କ୍ରିକେଟ: ସିନିୟର ମହିଳା ସିଜନ ଜାତୀୟ ଟି୨୦ ଚାମ୍ପିୟନଶିପ ମାଧ୍ୟମରେ ଆରମ୍ଭ ହେବ । ଏହା ୧୯ ଅକ୍ଟୋବରରୁ ୯ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଏହା ପରେ ୨୪ ନଭେମ୍ବରରୁ ୪ ଡିସେମ୍ବର ପର୍ଯ୍ୟନ୍ତ ଆଂଚଳିକ ଟି୨୦ ଟ୍ରଫି ଖେଳାଯିବ । ସିନିୟର ମହିଳା ଦିନିକିଆ ଟ୍ରଫି ୪ରୁ ୨୬ ଜାନୁୟାରୀ ପର୍ଯ୍ୟନ୍ତ ହେବ ।

Leave A Reply

Your email address will not be published.