Latest Odisha News

BREAKING NEWS

ସେଂଟ୍ରାଲ କଂଟ୍ରାକ୍ଟ ଘୋଷଣା କଲା ବିସିସିଆଇ: ନିରାଶ ହେଲେ ରୋହିତ, କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୫-୨୬ ପାଇଁ ଖେଳାଳିଙ୍କ ସେଂଟ୍ରାଲ କଂଟ୍ରାକ୍ଟ ଘୋଷଣା କରିଛି । ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଗ୍ରେଡ ବିକୁ ଖସି ଆସିଛନ୍ତି । ଏହି ଦୁଇ ଷ୍ଟାର ଖେଳାଳି ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏବେ କେବଳ ସେମାନେ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳୁଛନ୍ତି । ଯାହା ତାଙ୍କ ଗ୍ରେଡ ଖସିବାର ମୂଖ୍ୟ କାରଣ ଭାବେ ବିବେଚନା କରାଯାଉଛି । ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଶୁଭମନ ଗିଲଙ୍କ ସମେତ ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜା ଗ୍ରେଡ ଏରେ ସ୍ଥାନ ପାଇଛନ୍ତି ।

ଗ୍ରେଡ ବିରେ ୱାଶିଂଟନ ସୁନ୍ଦର, ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, କୂଲଦୀପ ଯାଦବ, ଯଶସ୍ୱୀ ଜୈସୱାଲ, ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟାଶ ଆୟାର ରହିଛନ୍ତି । ସେହିପରି ଗ୍ରେଡ ସିରେ ଅକ୍ଷର ପଟେଲ, ତିଳକ ବର୍ମା, ରିଙ୍କୁ ସିଂ, ଶିବମ ଦୁବେ, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଧ୍ରୁବ ଜୁରେଲ, ହର୍ଷିତ ରାଣା, ବରୁଣ ଚକ୍ରବର୍ତି, ନୀତିଶକୁମାର ରେଡ୍ଡୀ, ଅଭିଷେକ ଶର୍ମା, ସାଈ ସୁଦର୍ଶନ, ରବି ବିଶ୍ନୋଇ ଓ ରିତୁରାଜ ଗାଏକ୍ୱାଡ ।

Comments are closed.