Latest Odisha News

ବିସିସିଆଇର ନୂଆ ଘୋଷଣା, ଏଣିକି ଆଇପିଏଲ୍ ଖେଳାଳିଙ୍କୁ ମିଳିବ ଏତେ ଟଙ୍କା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମୀ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି।

ସେ ଶନିବାର କହିଛନ୍ତି ଯେ ଦଳରେ ସାମିଲ ଖେଳାଳିଙ୍କୁ ମ୍ୟାଚ୍ ଫି ହିସାବରେ ପ୍ରତି ମ୍ୟାଚରେ ୭.୫ ଲକ୍ଷ ଟଙ୍କା ମିଳିବ। ଏଥି ସହିତ ଯଦି ଜଣେ ଖେଳାଳି ପୂରା ସିଜିନରେ ସମସ୍ତ ମ୍ୟାଚ୍ ଖେଳନ୍ତି ତେବେ ଫ୍ରାଞ୍ଚାଇଜଙ୍କ ସହିତ ହୋଇଥିବା ଚୁକ୍ତିଠାରୁ ସେ ୧.୦୫ କୋଟି ଟଙ୍କା ଅଧିକ ଆୟ କରିପାରିବେ।

ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ବିସିସିଆଇର ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସିଜନ ପାଇଁ ମ୍ୟାଚ୍ ଫି ଭାବରେ ୧୨.୬୦କୋଟି ଟଙ୍କା ଆବଣ୍ଟନ କରିବ। ତେବେ ଆଇପିଏଲ୍ ଏବଂ ଆମର ଖେଳାଳି ଙ୍କ ପାଇଁ ଏହା ଏକ ନୂଆ ଯୁଗ ବୋଲି କହିଛନ୍ତି ଜୟ ଶାହା।

Leave A Reply

Your email address will not be published.