ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମର ନୂଆ କୋଚ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଟି୨୦ ବିଶ୍ୱକପ ପରେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି । ବିସିସିଆଇ ମଧ୍ୟ କୋଚ ପଦ ଆବେଦନ କରିବା ପାଇଁ ବିଜ୍ଞପ୍ତି ଜାରୀ କରିଛି । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ଗମ୍ଭୀରଙ୍କୁ କୋଚ କରିବା ପାଇଁ ବିସିିସିଆଇ ଆଗ୍ରହ ପ୍ରକାଶ କରିଛି । ଏ ନେଇ ତାଙ୍କ ସହିତ ଆଲୋଚନା ମଧ୍ୟ କରାଯାଇଛି । ଆଇପିଏଲ ଶେଷ ହେବା ପରେ ଗମ୍ଭୀର ଆବେଦନ କରିବେ କି ନାହିଁ ତାହା ସ୍ପଷ୍ଟ ହେବ । ଏବେ ସେ କେକେଆରର ମେଂଟର ଦାୟିତ୍ୱ ତୁଲାଉଛନ୍ତି । ତାଙ୍କ ପ୍ରଶିକ୍ଷଣରେ କେକେଆର ଭଲ ପ୍ରଦର୍ଶନ କରି ପ୍ଲେ ଅଫରେ ପ୍ରବେଶ କରି ସାରିଛି ।
ମେ ୨୭ ସନ୍ଧ୍ୟା ୬ଟା ମଧ୍ୟରେ କୋଚ ପଦ ପାଇଁ ଆବେଦନ କରାଯାଇ ପାରିବ । ଭାରତୀୟଙ୍କ ମଧ୍ୟରେ ଗମ୍ଭୀରଙ୍କ ସମେତ ବୀରେନ୍ଦ୍ର ସେହ୍ୱାଗ ଓ ଭିଭିଏସ ଲକ୍ଷ୍ମଣଙ୍କଙ୍କୁ ନେଇ ମଧ୍ୟ ଆଲୋଚନା ହେଉଛି । ୧ ଜୁନରୁ ଟି୨୦ ବିଶ୍ୱକପ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ । ଏଥର ନୂଆ କୋଚଙ୍କ କାର୍ଯ୍ୟକାଳ ୩.୫ ବର୍ଷ ପାଇଁ ରହିବ ।
Comments are closed.