Latest Odisha News

BREAKING NEWS

ଭାରତରେ ହେବ ଆଇପିଏଲ, ସୂଚନା ଦେଲେ ଚେୟାରମ୍ୟାନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ଭାରତରେ ଆୟୋଜିତ ହେବା ନେଇ ଆଶଙ୍କା ସୃଷ୍ଟି ହେଉଛି । ଏହାର ପ୍ରମୁଖ କାରଣ ହେଲା ଏହି ସମୟରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ତେବେ ଏ ନେଇ ବୁଧବାର ଆଇପିଏଲ ଚେୟାରମ୍ୟାନ ଅରୁଣ ସିଂ ଧୂମାଲ ଏକପ୍ରକାର ସ୍ପଷ୍ଟ କରିଛନ୍ତି ଯେ, ୨୦୨୪ ସଂସ୍କରଣ ଭାରତରେ ହେବ । ବିଦେଶରେ ଏହାକୁ ଆୟୋଜନ କରାଯିବା ନେଇ ଉଠୁଥିବା ଗୁଜବ ଉପରେ ସେ ବିରାମ ଲଗାଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆମେ ଏହାକୁ ଦେଖି ଆଇପିଏଲ କାର୍ଯ୍ୟସୂଚୀ ଘୋଷିତ କରିବୁ ।

ମାର୍ଚ୍ଚ ଶେଷ ଭାଗରେ ଆଇପିଏଲ ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି । ଏଥର ଆଇପିଏଲରେ ୧୦ଟି ଟିମ ଖେଳିବେ ଏବଂ ଓଭରାଲ ୭୪ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚକୁ ୨ଟି ପର୍ଯ୍ୟାୟରେ କରାଯିବ । ନିର୍ବାଚନ ପାଇଁ ଆୟୋଜକ କମିଟି ଏହି ରଣନୀତି ଆପଣାଇଛି ।

Leave A Reply

Your email address will not be published.