Latest Odisha News

BREAKING NEWS

ଗୁଡି ଉଡେଇ ଡ୍ରୋନ ଖସାଉଛନ୍ତି ଆନ୍ଦୋଳନକାରୀ

ଚଣ୍ଡୀଗଡ: କୃଷକ ଆନ୍ଦୋଳନ ନେଇ ସରକାର ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ସୀମାରେ ପ୍ରବେଶ କରିବା ପାଇଁ ଆନ୍ଦୋଳନକାରୀ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ରଖିଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଡ୍ରୋନ ମାଧ୍ୟମରେ ଟିୟର ଗ୍ୟାସ ପକାଯାଇଛି । ଏହାର ଜବାବ ମଧ୍ୟ ଆନ୍ଦୋଳନକାରୀ ଦେଉଛନ୍ତି । ସେମାନେ ଗୁଡି ଉଡାଇ ଡ୍ରୋନର ଦିଗ ପରିବର୍ତନ କରାଇବା ସହ ଖସାଇବାରେ ମଧ୍ୟ କିଛି ମାତ୍ରାରେ ସଫଳ ହେଉଛନ୍ତି । ଏହା ବ୍ୟତୀତ ପଥର ଓ ଟେନିସ ବଲ ପକାଇ ଡ୍ରୋନକୁ ଖସାଇବା ପାଇଁ ଉଦ୍ୟମ କରାଯାଉଛି ।

କୃଷକଙ୍କ ଉପରେ ଟିୟର ଗ୍ୟାସ ଛଡାଯିବା ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସମାଲୋଚନା କରିଛନ୍ତି । ପଞ୍ଜାବର କୃଷକଙ୍କୁ ହରିୟାଣା ଓ ଦିଲ୍ଲୀ ରାସ୍ତା ଅଧାରେ ରୋକାଯାଇଛି । ଏହି ଆନ୍ଦୋଳନରେ ସାଧାରଣ ଲୋକ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଫେବୃୟାରୀ ୧୫ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଏହାର ଶୁଣାଣୀ ପରେ କିଛି ରାସ୍ତା ବାହାରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.