ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ ଛୁଟି ମଂଜୁର କରିଛି ବିସିସିଆଇ । କିଛି ଦିନ ତଳେ ସେ ଏଥିପାଇଁ ଆବେଦନ କରିଥିଲେ । ଛୁଟି ମଂଜୁର ହେବା ପରେ ରାହୁଲଙ୍କ ବାହାଘର ହେବା ନେଇ ଚର୍ଚ୍ଚା ଜୋର ଧରିଛି । ରାହୁଲ ଏବଂ ଆଥିୟା ସେଟ୍ଟୀ ଦୀର୍ଘ ଦିନ ହେବ ପରସ୍ପରକୁ ଭଲ ପାଇ ଆସୁଛନ୍ତି । ତେବେ ସେ କଣ ପାଇଁ ଏହି ଛୁଟି ମାଗିଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି । ଉଭୟଙ୍କ ପରିବାର ପକ୍ଷରୁ ମଧ୍ୟ ବାହାଘର ନେଇ ସବୁଜ ସଙ୍କେତ ଥିଲେ ମଧ୍ୟ ତାରିଖ କେବେ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । ପୂର୍ବରୁ ସୁନୀଲ ସେଟ୍ଟୀ ମଧ୍ୟ ଝିଅ ଆଥିୟାଙ୍କ ବାହାଘର ଖୁବ ଶୀଘ୍ର ହେବ ବୋଲି କହିଥିଲେ ।
ରିପୋର୍ଟ ମୁତାବକ ଆସନ୍ତା ବର୍ଷ ଆରମ୍ଭରେ ଏହି ବାହାଘର ହୋଇପାରେ । ବିଭିନ୍ନ ସ୍ଥାନରେ ରାହୁଲ ଏବଂ ଆଥିୟା ଏକତ୍ର ଦେଖାଯିବା ପରେ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଉଜାଗର ହୋଇଥିଲା । ଆଥିୟା ହୀରୋ ଫିଲ୍ମ ମାଧ୍ୟମରେ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ମୋତିଚୁର ଚକାନଚୁର ଓ ମୁବାରକରେ ମଧ୍ୟ ଅଭିନୟ କରିଛନ୍ତି ।
Comments are closed.