ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ବଡ ଝଟକା ଦେଇଛି ବିସିସିଆଇ । ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳ ଦୁବାଇ ଯିବା ପୂର୍ବରୁ ବୋର୍ଡକୁ ପରିବାର, ଯାତ୍ରା ସମ୍ବନ୍ଧୀୟ ଆସବାବପତ୍ର ପ୍ରଭୃତିର ତାଲିକା ଖେଳାଳିମାନଙ୍କୁ ଦେବାକୁ ପଡିଛି । ପୂର୍ବରୁ ବିସିସିଆଇ ବିଦେଶ ଗସ୍ତରେ ଟିମ ଯିବା ପୂର୍ବରୁ ପରିବାର ସଦସ୍ୟ ଏବଂ ଆବଶ୍ୟକଠାରୁ ଅଧିକ ସାମଗ୍ରୀ ନେବା ନେଇ କେତେକ କଟକଣା ଜାରୀ କରିଥିଲା । ରୋହିତ ଏହି ନିୟମକୁ ନେଇ ବିସିସିଆଇ ଉପରେ ଅସନ୍ତୁଷ୍ଟ ଥିଲେ । ତେବେ ଏହାର ଫରକ କିଛି ପଡି ନାହିଁ । ରୋହିତଙ୍କ ସମେତ ଅନ୍ୟମାନେ ବିସିସିଆଇର ଏହି ନିୟମ ମାନିବାକୁ ବାଧ୍ୟ ହୋଇଛନ୍ତି ।
ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଶେଷ ହେବା ପରେ ନିୟମାବଳୀର ସର୍ତ ରୋହିତଙ୍କୁ ଅଧିନାୟକ ଭାବେ ପ୍ରଦାନ କରାଯାଇଥିଲା । ବୋର୍ଡ ଟିମ ଭିତରେ ଏକତା ରଖିବା ପାଇଁ କେତେକ ନିଷ୍ପତି ନେବାକୁ ବାଧ୍ୟ ହୋଇଛି । ବ୍ୟକ୍ତିଗତ ଷ୍ଟାଫଙ୍କୁ ନେବାଠାରୁ ଆରମ୍ଭ କରି ଖେଳାଳିମାନେ ଏକତ୍ର ଟିମ ବସରେ ଯିବେ ବୋଲି ବିସିସିଆଇ ସର୍ତାବଳୀରେ ଉଲ୍ଲେଖ ରହିଛି । ପୂର୍ବରୁ ଜଣେ ଜଣେ ଖେଳାଳି ନିଜ ସଙ୍ଗରେ ହେୟାରଡ୍ରେସର, ରାନ୍ଧୁଣିଆ ପରି ଅନେକଜଣ ବ୍ୟକ୍ତିଗତ ଷ୍ଟାଫ ନେଉଥିଲେ । ଏବେ ଅଭ୍ୟାସ ସେଶନରେ ବି ଖେଳାଳିମାନେ ଏକତ୍ର ରହିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଟୁର୍ଣ୍ଣାମେଂଟ ଓ ସିରିଜ ଅବସରରେ ଖେଳାଳିମାନେ ବିଜ୍ଞାପନ ଶୁଟିଂରେ ମଧ୍ୟ କରିପାରିବେ ନାହିଁ ।
Comments are closed.