Latest Odisha News

କ୍ୟାମ୍ପିଂ: ମନୋରଞ୍ଜନ ଓ ଦୁଃସାହସିକତା ଯାତ୍ରାର ଅବିସ୍ମରଣୀୟ ସ୍ମୃତି

ଭୁବନେଶ୍ବର: ଆଜିର ଯୁବପିଢିଙ୍କ ମଧ୍ୟରେ ଦେଖିବାକୁ ମିଳିଛି କ୍ୟାମ୍ପିଂ କ୍ରେଜ । ହଁ ଆଜ୍ଞା, ଗତ କିଛି ବର୍ଷରେ ଯୁବବର୍ଗଙ୍କ ଏଥିପ୍ରତି ଆଗ୍ରହ ବୃଦ୍ଧି ପାଇଛି । କାହିଁକି ଅବା ଏହି କ୍ରେଜ ଆଜିର ଯୁବବର୍ଗଙ୍କ ମଧ୍ୟରେ ଦେଖିବାକୁ ମିଳିବ ନାହିଁ ! ଏହି କ୍ୟାମ୍ପିଂ ଦ୍ବାରା ଆମେ ପ୍ରକୃତି ସହ ଯୋଡି ହୋଇ ପାରୁଛୁ । ଏହା ମନୋରଞ୍ଜନ ଓ ଦୁଃସାହସିକତା ଯାତ୍ରାର ଅବିସ୍ମରଣୀୟ ସ୍ମୃତି ପ୍ରଦାନ କରୁଛି । ଶାରୀରିକ ଫିଟନେସ ପ୍ରତି ଯତ୍ନବାନ ହେବା ଶିଖାଉଛି ଓ ଅଶାନ୍ତ ମନକୁ ଶାନ୍ତ କରାଉଛି ।

କ୍ୟାମ୍ପିଂ ପ୍ରତି ଆଗ୍ରହ ବଢିବାର ଅନେକ କାରଣ ରହିଛି ଯେପରିକି -ଅନୁସନ୍ଧାନ ପ୍ରତି ଆଗ୍ରହ । ସାଧାରଣତଃ ଯୁବବର୍ଗ ନୂତନ ସ୍ଥାନ ପ୍ରତି ଆଗ୍ରହୀ ରହିଥାନ୍ତି । ସାଙ୍ଗ, ସାଥୀ , ପରିବାର ସହ ପ୍ରାକୃତିକ ପରିବେଶ ଓ ଯାତ୍ରାର ଆନନ୍ଦ ଅନୁଭବ ପ୍ରଦାନ କରେ କ୍ୟାମ୍ପିଂ ।

ଦେଖିବାକୁ ଗଲେ କ୍ୟାମ୍ପିଂ ଜରିଆରେ ଆଜିର ଯୁବ ପିଢି ରୋଜଗାର ସକ୍ଷମ ମଧ୍ୟ ହେଉଛନ୍ତି । ନିଜର କ୍ୟାମ୍ପିଂ ଯାତ୍ରାର ଅନୁଭବ, ରୋମାଞ୍ଚକର ଭିଡିଓ ୟୁଟ୍ୟୁବ ସହ ଅନେକ ସୋସିଆଲ ମିଡିଆ ପ୍ଲାମଫର୍ମରେ ପୋଷ୍ଟ କରି ଆର୍ଥିକ ଲାଭ ପାଉଛନ୍ତି ।

https://www.youtube.com/watch?v=Ea5cYcVdLwE

କ୍ୟାମ୍ପିଂ କେବଳ ଦୁଃସାହସିକତା ଯାତ୍ରା ନୁହେଁ । ଏହା ଆମର ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ । ଯେପରି କି ଗ୍ରୁପ କ୍ୟାମ୍ପିଂ ଆମକୁ ଟିମ୍ ଓ୍ବାର୍କ ଶିଖାଇଥାଏ । ନିଜର ଆତ୍ମମୂଲ୍ୟ ଅନୁଭୂତି ଦେଇଥାଏ । ମ୍ୟାପ ଓ କମ୍ପାସ ନେଭିଗେଟ୍ କରିବା ଶିଖାଏ ଓ ସମସ୍ୟା ସମାଧାନର କୌଶଳ ବିକାଶ କରିଥାଏ । ଯାହାଦ୍ବାରା ବ୍ୟକ୍ତିର ଆତ୍ମବିଶ୍ବାସ ବଢିଥାଏ ।

ତେବେ କ୍ୟାମ୍ପିଂ ପାଇଁ ଆପଣ ଯଦି ଆଗ୍ରହ ଓ ଆଗକୁ କ୍ୟାମ୍ପିଂ କରିବାକୁ ଚାହୁଁଛନ୍ତି , ତାହେଲେ ଆପଣ କ୍ୟାମ୍ପିଂ କିଟ୍ ସାଥିରେ ନେଇ ଯାତ୍ରା କରନ୍ତୁ । ଏହି କ୍ୟାମ୍ପିଂ କିଟ୍ ଆପଣଙ୍କ ଯାତ୍ରା ସୁରକ୍ଷିତ, ଆନନ୍ଦଦାୟକ କରିବ । କ୍ୟାମ୍ପିଂ କିଟ୍ ରେ ଟେଣ୍ଟ, ସ୍ଲିପିଂ ବ୍ୟାଗ, ସ୍ଲିପିଂ ପ୍ୟାଡ, ପୋର୍ଟେବଲ୍ ଚୁଲା, ରାନ୍ଧିବା ସାମଗ୍ରୀ ଓ ଚୁଲି ଜଳାଇବା ପାଇଁ ପର୍ଯ୍ୟାପ୍ତ ଇନ୍ଧନର ଆବଶ୍ୟକତା ରହିଛି ।

ଏଥିସହ ସୁରକ୍ଷା ଓ ପ୍ରାଥମିକ ସହାୟତା ପାଇଁ ସାଥିରେ ଟର୍ଚ୍ଚ ଅବା ହେଡଲାଇଟ ରଖନ୍ତୁ । ଅତିରିକ୍ତ ବ୍ୟାଟେରୀ, ଜରୁରୀ ଔଷଧ, ମଲ୍ଟି ଟୁଲ୍ , ଛୁରୀ, ଲାଇଟର, ବାନ୍ଧିବା ପାଇଁ ଦୌଡି, ଦ୍ରୁତ ମରାମତି ପାଇଁ ଡକ୍ଟ ଟେପ୍ ରଖନ୍ତୁ । ଏଥିସହ ଯେଉଁ ସ୍ଥାନକୁ କ୍ୟାମ୍ପିଂ ପାଇଁ ଯାଉଛନ୍ତି ସେହି ଅଞ୍ଚଳ ଉପଯୋଗୀ ପୋଷକ, ଜୋତା ସାଥିରେ ରଖନ୍ତୁ ।

ଆହୁରି କିଛି ସ୍ମାର୍ଟ ଟିପ୍ସ ରହିଛି ଯାହା ଦ୍ବାରା କ୍ୟାମ୍ପିଂ କରିବା ଆନନ୍ଦଦାୟକ ହେବ  :-

-ଯେଉଁଠାରେ ଆପଣ କ୍ୟାମ୍ପ କରିବାକୁ ଯାଉଛନ୍ତି ଅନ୍ଧାର ହେବା ପୂର୍ବରୁ ସେହି ସ୍ଥାନରେ ପହଞ୍ଚି ଟେଣ୍ଟ ଲଗେଇ ଦିଅନ୍ତୁ ।
-ଖାଦ୍ୟ ଖାଇବା ପାଇଁ ସ୍ବତନ୍ତ୍ର ପାତ୍ର ନନେଇ ରନ୍ଧା ପାତ୍ରରେ ଖାଇବା ଅବା ପ୍ରକୃତି ଠାରୁ ମିଳୁଥିବା ସାମଗ୍ରୀର ବ୍ୟବହାର କରନ୍ତୁ ।
– ଜଙ୍ଗଲରେ ଅବା ପାହାଡରେ ସାଙ୍ଗ ସାଥୀଙ୍କ ଠାରୁ ଅଲଗା ହୋଇଗଲେ ନିଜର ଉପସ୍ଥିତି ଜଣାଇବା ପାଇଁ ହ୍ବିସ୍ଲେ ବ୍ୟବହାର କରି ପାରିବେ ।
– ବଣୁଆ ଜନ୍ତୁକୁ ଏଡାଇବା ପାଇଁ ଫ୍ଲାସ୍ ଲାଇଟ୍ ବ୍ୟବହାର କରନ୍ତୁ ।
– ବନ୍ ଫାୟର ପାଇଁ ପଥର ଚଟାଣର ଚୟନ କରନ୍ତୁ , ଯାହା ଦ୍ବାରା ଜଙ୍ଗଲରେ ନିଆଁ ଲାଗିବାର ଭୟ ରହିବ ନାହିଁ । ଏଥିସହ ସେହି ସ୍ଥାନରୁ ପ୍ରସ୍ଥାନ କଲାବେଳେ ନିଆଁକୁ ପାଣି ଢାଳି ଲିଭେଇ ଦିଅନ୍ତୁ ।
– କୌଣସି ଅବର୍ଜନା ସେଠାରେ ପକାନ୍ତୁ ନାହିଁ ସାଥିରେ ନେଇ ଫେରନ୍ତୁ । କାରଣ ପରିବେଶକୁ ପରିଷ୍କାର ରଖିବା ଆମର ଦାୟିତ୍ବ ।

Comments are closed.