Latest Odisha News

BREAKING NEWS

BCCIର ଐତିହାସିକ ନିଷ୍ପତ୍ତି, ପୁରୁଷ ଓ ମହିଳା ଖେଳାଳିଙ୍କୁ ମିଳିବ ସମାନ ଦେୟ

ମୁମ୍ବାଇ: କ୍ରିକେଟରେ ହଟିଲା ପାତରଅନ୍ତର । ବିସିସିଆଇ ନେଲା ବଡ଼ ପଦକ୍ଷେପ । ପୁରୁଷଙ୍କ ଭଳି ମହିଳା କ୍ରିକେଟରଙ୍କୁ ମିଳିବ ସମାନ ପାରିଶ୍ରମିକ । ବିସିସିଆଇ ନୂଆ ନୀତି ଆପଣାଇବା ସହ ମ୍ୟାଚ୍ ଦେୟକୁ ନେଇ ମହିଳା ଓ ପୁରୁଷ ଖେଳାଳିଙ୍କ ମଧ୍ୟରେ ଥିବା ତାରତମ୍ୟରେ ପୂର୍ଣ୍ଣଛେଦ ଟାଣିଛି । ଏଣିକି ବିସିଆଇ ମହିଳା ଖେଳାଳିଙ୍କୁ ପୁରୁଷଙ୍କ ଭଳି ମ୍ୟାଚ୍ ଦେୟ ଦେବ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ସଚିବ ଜୟ ଶାହ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ମହିଳା-ପୁରୁଷଙ୍କ ଖେଳାଳିଙ୍କ ମଧ୍ୟରେ ଥିବା ଭେଦଭାବ ଦୂର ପାଇଁ ବିସିସିଆଇ ନେଇଥିବା ପଦକ୍ଷେପକୁ ସମସ୍ତେ ପ୍ରଂଶସା କରିଛନ୍ତି । ଏବେ ପୁରୁଷଙ୍କ ଭଳି ମହିଳା ଖେଳାଳି ମ୍ୟାଚ୍ ଅନୁସାରେ ସମାନ ଟଙ୍କା ପାଇବେ ।

ଟେଷ୍ଟ ମ୍ୟାଚ ପାଇଁ ପୁରୁଷ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା, ଅନ୍ତର୍ଜାତୀୟ ଦିନିକିଆ ପାଇଁ ୬ ଲକ୍ଷ ଟଙ୍କା ଏବଂ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ । ଏବେ ସମାନ ଭାବେ ମହିଳା କ୍ରିକେଟରଙ୍କୁ ଦେୟ ମିଳିବ ।

ଏବେ ବରିଷ୍ଠ ମହିଳା କ୍ରିକେଟରଙ୍କୁ ପ୍ରତିଦିନ ମ୍ୟାଚ୍ ପାଇଁ ୨୦ ହଜାର ଟଙ୍କା ଫିସ୍ ମିଳୁଥିଲା । ଯାହାକି କୌଣସି ଅଣ୍ଡର-୧୯ ପୁରୁଷ କ୍ରିକେଟରଙ୍କ ସହ ପ୍ରାୟ ସମାନ ଥିଲା । ଯେତେବେଳେ କି ପୁରୁଷ ଖେଳାଳି ପ୍ରତିଦିନ ମ୍ୟାଚ୍ ଫିସ୍ ହିସାବରେ ପ୍ରାୟ ୬୦ ହଜାର ଟଙ୍କା ଆୟ କରନ୍ତି । ଯାହାକି ମହିଳା ଓ ପୁରୁଷ ଖେଳାଳିଙ୍କ ମଧ୍ୟରେ ବଡ଼ ବ୍ୟବଧ୍ୟାନ ଥିଲା । ଏବେ ଏହି ଭେଦଭାବ ହଟିଛି ।

୨୦୨୨ ପୂର୍ବରୁ ମହିଳା କ୍ରିକେଟରଙ୍କୁ ମ୍ୟାଚ୍ ଫିସ୍ ହିସାବରେ ମାତ୍ର ୧୨ ହଜାର ୫ ଶହ ଟଙ୍କା ମିଳୁଥିଲା । ତେବେ ପୁରୁଷଙ୍କ ଭଳି ମହିଳା କ୍ରିକେଟରଙ୍କୁ ସମାନ ଦେୟ ଦେବା ପ୍ରଥମେ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ।

Leave A Reply

Your email address will not be published.