Latest Odisha News

BREAKING NEWS

ବିଜୟ ଉତ୍ସବ ନେଇ ନୂତନ ନିୟମ ଜାରୀ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚାମ୍ପିୟନ ହୋଇଥିଲା । ଦୀର୍ଘଦିନ ପରେ ଆରସିବି ଟ୍ରଫି ଜିତିଥିବାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ଥିଲେ । ଆରସିବି ଭିକ୍ଟ୍ରି ପ୍ୟାରେଡ କରିବା ପାଇଁ ନିଷ୍ପତି ନେଇଥିଲା । ଏଥିରେ ଏତେ ଲୋକ ସାମିଲ ହେଲେ ଯେ, ଶେଷରେ ଦଳା ଚକଟାରେ ୧୧ଜଣଙ୍କ ପ୍ରାଣ ଯାଇଥିଲା । ବିସିସିଆଇ ଏବେ ଏ ନେଇ କଠୋର ନିୟମ ଜାରୀ କରିଛି । ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ରବିବାର ଏହାର ଘୋଷଣା କରିଛନ୍ତି । ନୂତନ ନିୟମାବଳୀ ଏହିପରି ରହିଛି..।

ବିସିସିଆଇ ନିୟମ
୧. ଯଦି କୌଣସି ଟିମ ବିଜୟ ହାସଲ କରେ ତେବେ ୩/୪ ଦିନ ପର୍ଯ୍ୟନ୍ତ ବିଜୟ ଉତ୍ସବ ପାଳନ କରିପାରିବ ନାହିଁ ।
୨. ବୋର୍ଡ ନିକଟରୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ସେମାନେ କୌଣସି ପ୍ରକାରରେ ଏହାକୁ ଆୟୋଜନ କରିପାରିବେ ନାହିଁ ।
୩. ସୁରକ୍ଷା ବ୍ୟବସ୍ଥା କଡା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
୪. ପ୍ରତ୍ୟେକ ଭେନ୍ୟୁରେ ମଲ୍ଟି ଲେୟାର ସୁରକ୍ଷା ଉପଲବ୍ଧ  ରହିବ । ମ୍ୟାଚ ପରେ ମଧ୍ୟ ଏହା ବଳବତର ରହିବ ।
୫.ତରବରିଆ ଭାବେ କୌଣସି ଇଭେଂଟ ଆୟୋଜନ କରାଯାଇ ପାରିବ ନାହିଁ ।
୬. ଇଭେଂଟ କେବେ ହେବ ସ୍ଥିର ହେବା ପରେ ଖେଳାଳି ଓ ଷ୍ଟାଫଙ୍କ ସୁରକ୍ଷା ବ୍ୟବସ୍ଥା ଜରୁରୀ ।
୭. ସରକାର ଓ ରାଜ୍ୟର ପୋଲିସ ଅନୁମତି ନ ଦେବା ପର୍ଯ୍ୟନ୍ତ ଏହାକୁ ଆୟୋଜନ କରାଯାଇ ପାରିବ ନାହିଁ ।
୮. ବିଜୟ ଉତ୍ସବ ସୁରକ୍ଷିତ ଓ ନିୟମ ମୁତାବକ ହେବ । ଏଥିରେ ସାଧାରଣ ନାଗରିକ ଯେପରି ଅସୁବିଧାର ସମ୍ମୁଖୀନ ଯେପରି ନ ହୁଅନ୍ତି ।

Comments are closed.